କେୟାର ହସ୍ପିଟାଲସ୍ ପକ୍ଷରୁ ଫିଜିଓଥେରାପି କାର୍ଯ୍ୟକ୍ରମ

 ଭୁବନେଶ୍ୱର: ସିରୋନିକ୍ସ ମେଡଟେକ୍ ହଯୋଗରେ କେୟାର ହସ୍ପିଟାଲ ସଫଳତାର ସହ କେୟାର ରିବାଉଣ୍ଡ୍ ଓଡିଶାରେ ପାୟୋନିଅର ଫିଜିଓଥେରାପି ଡେଭଲପମେଣ୍ଟ୍ ଆୟୋଜନ କରିଥିଲେ । ଯାହା ରାଜ୍ୟରେ ଫିଜିଓଥେରାପି ଅଭ୍ୟାସକୁ ଅଗ୍ରଗତି କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଧିବେଶନରେ ଓଡିଶାର ୧୫୦ ଅଗ୍ରଣୀ ଫିଜିଓଥେରାପିଷ୍ଟ ଏକତ୍ରିତ ହୋଇ ଜ୍ଞାନ ଆଦାନ ପ୍ରଦାନ, ସହଯୋଗ ଏବଂ କ୍ରୀଡା ଆଘାତ ପରିଚାଳନା ଏବଂ ପୁନର୍ବାସରେ ଦକ୍ଷତା ବୃଦ୍ଧି ପାଇଁ ଏକାଠି ହୋଇଥିଲେ । କାର୍ଯ୍ୟକ୍ରମରେ ଫିଜିଓଥେରାପିଷ୍ଟଙ୍କୁ ଉଭୟ ବ୍ୟବହାରିକ ଏବଂ ତତ୍ତ୍ୱଗତ ଜ୍ଞାନକୌଶଳ ସହିତ ସଜାଇବା ପାଇଁ ଏକ ଏଜେଣ୍ଡା ପ୍ରଦାନ କରିଥିଲ । ମୁଖ୍ୟଅତିଥି ଡ. ଦୀପକ ସାମନ୍ତରାୟ, ପ୍ରିନ୍ସିପାଲ୍ ହାଇଟେକ୍ ମେଡିକା କଲେଜ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଆଡଭାନ୍ସମେଣ୍ଟ୍ ଇନ୍ ସ୍ପୋର୍ଟସ୍ ମେଡିସିନ୍, ପେଲଭିକ୍ଟିଲ୍ଟ୍ରିହାବିଲେସନ ଏବଂ ଏସିଏଲ୍ରିହାବିଲେସନ ଭଳି ଅତ୍ୟାଧୁନିକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଡକ୍ଟର ସନ୍ଦୀପ ସିଂ, ଅର୍ଥପେଡିକ ଏବଂ ଚିଫ୍ କନ୍ସୋଲଟାଣ୍ଟ କେୟାର ହସ୍ପିଟାଲସ ଡ. ଦୀନେଶ ବେହେରା, ଡ. ସୋମେନ୍ଦ୍ର ପଣ୍ଡା, ରିହାବିଲେସନ ଏକ୍ସପର୍ଟ ଆଲୋଚନା କରିଥିଲେ । ଏଥିରେ ଅଂଶଗ୍ରହଣ କାରିଥିବା ସମସ୍ତଙ୍କୁ  ଅଭ୍ୟାସ ବୁଝାଇବା ପାଇଁ ବ୍ୟବହାରିକ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିଲା ଏହାକୁ ନେଇ ଡ. ସନ୍ଦୀପସିଂ, ଚିଫ୍କନସଲଟାଣ୍ଟ କେୟାର ହସ୍ପିଟାଲ କହିଛନ୍ତି କେୟାର ରିବାଉଣ୍ଡ ଓଡିଶାରେ ଫିଜିଓଥେରାପି ଆଗକୁ ବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । କାର୍ଯ୍ୟକ୍ରମର ସହଯୋଗୀଙ୍କୁ ଆଲୋକିତ କରି ଡ. ଦୀପକ ସାମନ୍ତରାୟ କହିଛନ୍ତି ଏଭଳି ପଦକ୍ଷେପ ଶିକ୍ଷା ଏବଂ ନବସୃଜନର ସଂସ୍କୃତିକୁ ବୃଦ୍ଧି ହୋଇଥାଏ । ବିଶେଷଜ୍ଞ ଏବଂ ଅଭ୍ୟାସକାରୀଙ୍କୁ ଏକାଠିକରି ଆମେ ଓଡିଶାରେ ପୁନର୍ବାସ ବିଜ୍ଞାନର ଭବିଷ୍ୟତ ଗଠନ କରୁଛୁ । କେୟାର ରିବାଉଣ୍ଡ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା ଶିକ୍ଷା ତଥା ରୋଗୀ ସେବାରେ ଉକôର୍ଷତାକୁ ପ୍ରୋସôାହିତ କରିବା ପାଇଁ କେୟାର ହସ୍ପିଟାଲ ରହିଛି । ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରୁ କେୟାର ହସ୍ପିଟାଲ ବିଭିନ୍ନ ପ୍ରକାରର ବିଶେଷତ୍ୱ ମଧ୍ୟରେ ବିଶ୍ୱସ୍ତରୀୟ ଚିକିସôା ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ । କେୟାର ହସ୍ପିଟାଲ ଭାରତରେ ସ୍ୱାସ୍ଥ୍ୟସେବାକୁ ଆଗକୁ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କେୟାର ହସ୍ପିଟାଲ ଭାରତର ୬ ଟିରାଜ୍ୟର ୭ସହରରେ ୧୭ଟି ସ୍ୱାସ୍ଥ୍ୟସେବା କାର୍ଯ୍ୟକରୁଛି ।