କୋଟି ପତି ସ୍ୱପ୍ନ ଦେଖାଇ ଓଡ଼ିଶାରୁ ୧୨୩ କୋଟି ଠକେଇ

କୋଟି ପତି ସ୍ୱପ୍ନ ଦେଖାଇ ଓଡ଼ିଶାରୁ ୧୨୩ କୋଟି ଠକେଇ


 ଭୁବନେଶ୍ୱର,୦୮ ।୬ : ରାତିଆରାତି କୋଟିପତି ହେବାର ସ୍ୱପ୍ନ ଦେଖାଇ ହରିତ କୃଷି ନିଧି ଲିମିଟେଡ ଏବଂ ଟ୍ରାନ୍ସଭିଜନ୍ ମଲ୍ଟି ଟ୍ରେଡ୍  ସଂସ୍ଥା ୧୨୩ କୋଟି ଟଙ୍କା ଓଡ଼ିଶାରୁ ଠକି ନେଇଛି । ଠକାମିର ଶିକାର ହୋଇଛନ୍ତି ରାଜଧାନୀ ସମେତ ଓଡ଼ିଶାର ୩ ହଜାରରୁ ଉଦ୍ଧ୍ୱର୍ ଲୋକ । ଏନେଇ ଠକେଇର ଶିକାର ହୋଇଥିବା ଟଙ୍କପାଣି ଅଞ୍ଚଳର ମନମୋହନ ଡୋରା ନାମକ ବ୍ୟକ୍ତି ଇଓଡ଼ବ୍ଲୁ୍ୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏନେଇ ଇଓଡବ୍ଲୁ୍ୟ କେସ୍ ନଂ-୮/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତାହାସହ ଏହି ଦୁଇ ସଂସ୍ଥାର ମାଲିକ ପଶ୍ଚିମବଙ୍ଗୀ ତୁଷାର ଭାନ୍ଜୋ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଇଓଡବ୍ଲୁ୍ୟ ଅଧିକାରୀମାନେ ଚଢ଼ାଉ କରିବା ସହ ବରମୁଣ୍ଡାରେ ଥିବା ଅଫିସରେ ମଧ୍ୟ ଚଢାଉ କରିଥିଲେ ବି ସେଠାରେ ତାଲା ପଡ଼ିଥିଲା । ପରେ ଇଓଡ଼ବ୍ଲୁ୍ୟର ଏକ ଟିମ ଗତ ୨ ଦିନ ତଳେ ଅଭିଯୁକ୍ତ କଲିକତାରେ ଥିବା ଖବର ପାଇ ସେଠାକୁ ଯାଇଥିଲେ । ଆଜି ସକାଳୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ପରେ ତାଙ୍କୁ କଲିକତା ଏସଡ଼ିଜେଏମ୍ କୋର୍ଟରେ ପ୍ରଡ଼ୁ୍ୟସ କରାଯାଇ ଟ୍ରାଞ୍ଜୀଟ୍ ରିମାଣ୍ଡରେ କଟକ ଅଣାଯାଇ, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦-ବି, ଆଇପିସି ସେକ୍ସନ.୪/୫/୬ ସେକ୍ସନ-୬, ସେକ୍ସନ-୬୬(ଡ଼) ଆଇଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । 
    ଅଭିଯୋଗ ଅନୁସାରେ, ଅଭିଯୋଗକାରୀ ମନମୋନ ଡୋରାଙ୍କ ଜଣେ ବନ୍ଧୁ ଏହି ସଂସ୍ଥା ସମ୍ପର୍କରେ କହିଥିଲା । ଏଥିରେ ସଦସ୍ୟ ହେଲେ ଜରୁରୀକାଳୀନ ସମୟରେ ଟଙ୍କାର ଅଭାବ ରହିବ ନାହିଁ । ଏହି ଦୁଇ ସଂସ୍ଥା ବିଭିନ୍ନ ଲୋଭନୀୟ ସ୍କିମ୍ ଦେଉଛି ବୋଲି କହିଥିଲେ ।  ମାସିକ୍ ୪ହଜାର ଦରମା ଦେବା ସହ ବୋନସ ମିଳିବ । ଆହୁରି ମଧ୍ୟ ବ୍ୟବସାୟରେ ୪ଲକ୍ଷରୁ ୮ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମିଳିବ । ଏପରିକି ଏହି ସଂସ୍ଥାରେ ଟଙ୍କା ଲଗାଇଲେ ୧୧ ପ୍ରତିଶତ ସୁଧ ମିଳିବ ବୋଲି କହିଥିଲେ । ଏହି କଥା ଶୁଣିବା ପରେ ଅଭିଯୋଗକାରୀ ମନମୋହନ ବରମୁଣ୍ଡାରେ ଥିବା ଅଫିସ୍କୁ ଯାଇ ଅଭିଯୁକ୍ତ ତୁଷାରଙ୍କୁ ଭେଟିଥିଲେ । ସେ ୍ତାଙ୍କୁ ଏହି ସଂସ୍ଥାର ବିଭିନ୍ନ ବିଜ୍ଞାପନ ଭିଡ଼ିଓ ଦେଖାଇଥିଲେ । ଏପରିକି ୩ଟି ରାଜ୍ୟ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଛତିଶଗଡ଼ରେ ତାଙ୍କ କମ୍ପାନୀରେ ୧୦ହଜାର ସଦସ୍ୟ ଥିବା କହିଥିଲେ । ଏପରିକି ଏହି ସଂସ୍ଥାରେ ଟଙ୍କା ଲଗାଇ ୧୧ ପ୍ରତିଶତ ଲାଭ ପାଇବା ସହ ଭିଡ଼ିଓ ଲିଙ୍କ୍ ସେୟାର କଲେ ଅଧିକ ବୋନସ ମିଳିବ ବୋଲି କହିଥିଲେ । ଲୋଭରେ ପଡ଼ିବା ପରେ ମନମୋହନ ପ୍ରଥମେ ୨ଲକ୍ଷ ଲଗାଇଥିଲେ । ଏହିଭଳି ମନମୋହନ ସଂସ୍ଥାରେ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲଗାଇଥିଲେ । ଏପରିକି ତାଙ୍କ ସାଙ୍ଗ ଏବଂ ବନ୍ଧୁମାନଙ୍କୁ ଆଣି ଏହି ସଂସ୍ଥାରେ ଯୋଡ଼ିଥିଲେ । ଏହିଭଳି ଲୋଭରେ ପଡ଼ି ଭୁବନେଶ୍ୱର ଏବଂ ଓଡ଼ିଶାର ୩ ହଜାର ଲୋକ ଟଙ୍କା ଲଗାଇଥିଲେ । ହେଲେ ଟଙ୍କା ଲଗାଇବା ପରେ, ୨୦୨୩ ଅକ୍ଟୋବର ମାସ ହୋଇଯାଇଥିଲେ ମଧ୍ୟ ସଂସ୍ଥା ଲାଭ ଟଙ୍କା ଦେଇନଥିଲା । ଫଳରେ କମ୍ପାନୀକୁ ଯାଇ ଅଭିଯୋଗକାରୀ ମନମୋହନ ପଚାରିଥିଲେ ମଧ୍ୟ ମିଳିବ ବୋଲି କହିଥିଲେ । ଏହି ସମୟରେ ବାହାର ରାଜ୍ୟରେ ଥିବା ମନମୋହନଙ୍କ କିଛି ସାଙ୍ଗ ଏହି କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ଲୋକଙ୍କ ଏକ ଭିଡ଼ିଓ ଲିଙ୍କ୍ ତାଙ୍କ ପଠାଇଥିଲେ । ଏହା ଦେଖିବା ପରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଭିତରେ ଲୋକେ ଠକାମିର ଶିକାର ହୋଇଥିବା ଜାଣିବା ପୂର୍ବରୁ ଏହି ସଂସ୍ଥା ତାର ଅଫିସ୍କୁ ବନ୍ଦ କରି ଚମ୍ପଟ ମାରିଥିଲା । ଏହା ପରେ ଠକ କମ୍ପାନୀ ଲୋକଙ୍କୁ ନିଜ ସଂସ୍ଥାରେ ଟଙ୍କା ଜମା କରିବା ପାଇଁ ତାରକା ହୋଟେଲରେ ମିଟିଂ ଆରମ୍ଭ କରୁଥିଲା । ଏପରିକି ରାମ ମନ୍ଦିର, ବିଗ୍ବଜାର ଏବଂ ଅନ୍ୟ ବଜାର ସ୍ଥାନରେ ମିଟିଂ କରି ପ୍ରମୋଟ ଚଳାଇଥିଲା ।