କାର ଜବତ ; ୧୦୧ କେଜି ଗଞ୍ଜେଇ ଜବତ
ଭୁବନେଶ୍ୱର, ୦୮ା୬ : କନ୍ଧମାଳରୁ ଏକ କାରରେ ଚୋରାରେ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଆସି କଳିଙ୍ଗ ନଗର ଛକ ଦେଇ ହୋଉଥିଲା ଚାଲାଣ । ଖବର ପାଇ ୩ ଜଣ ବେପାରୀଙ୍କୁ ମାଡି ବସିଲା ଭରତପୁର ଥାନାର ସ୍ପେଶାଲ ଟିମ । ଫଳରେ କାର ଭିତରୁ ୧୦୧ କେଜି ଗଞ୍ଜେଇ, ୪ଟି ମୋବାଇଲ ଓ ନଗଦ ୪୦ ହଜାର ଟଙ୍କା ଜବତ କରାଯାଇଛି । ଏମାନେ କନ୍ଧମାଳରୁ ଗଞ୍ଜେଇ ଆଣି ବସରେ କଲିକତାକୁ ଚାଲାଣ କରିବାକୁ ଯୋଜନା କରିଥିଲେ । ଗିରଫ ୩ ଅଭିଯୁକ୍ତ ହେଲେ, ଅନୁଗୁଳ ଜିଲ୍ଲାର ଚନ୍ଦନ ସୌରାଜ୍ ନାୟକ, ଅଜୟ କୁମାର ନାୟକ ଓ ପଞ୍ଚିମବଙ୍ଗର ରାକେଶ ମଣ୍ଡୋଲ । ପରେ ପୁଲିସ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁକରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟଯେ, ଶନିବାର ଭୋର ସମୟରେ ଏକ ଧଳା ରଙ୍ଗର କାରରେ କିଛି ଜଣ କନ୍ଧମାଳରୁ ଗଞ୍ଜେଇ ଲୋଡ କରି ଭୁବନେଶ୍ୱର ଆସି କଳିଙ୍ଗ ନଗର ଛକ ଦେଇ ଘାଟିକିଆ ଗ୍ରାମ ଭିତରେ ପଶି ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇ କଲିକତା ଯାଉଥିବା ବସରେ ଚାଲାଣ କରିବା ଖବର ଭରତପୁର ଥାନା ଅଧିକାରୀ ଦୀନକୃଷ୍ଠ ମିଶ୍ର ବିଶେଷ ଶୁତ୍ରରୁ ଖବର ପାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଥାନାର କିଛି ଦକ୍ଷ ପୁଲିସ ଅଫିସରଙ୍କୁ ପଠାଇ କଳିଙ୍ଗ ନଗର କେ-୮ ପେଟ୍ରୋଲ ପମ୍ପ ପଛ ପାଶ୍ୱର୍ ରାସ୍ତାରେ ଅତର୍କିତ ଚଢ଼ାଉ କରି କାରଟିକୁ କାବୁ କରିବା ସହ କାର ଭିତରୁ ୩ ଜଣ ବେପାରୀଙ୍କୁ ମାଡି ବସିଥିଲେ । ପରେ କାର ଭିତର ଚେକିଂ କଲାବେଳେ ଭିତରୁ ୫ଟି ବସ୍ତାରେ ଥିବା ୧୦୧ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏହାସହ ଅଭିଯୁକ୍ତଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୪ଟି ମୋବାଇଲ ଓ ନଗଦ ୪୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ପରେ ସମସ୍ତଙ୍କୁ ଥାନାକୁ ଅଣାଯାଇ ତଦନ୍ତ କରାଯିବା ସହ ମାମଲା ରୁଜୁକରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।