ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଆଡ଼ମିଟ କାର୍ଡ ଉପଲବ୍ଧ
କଟକ : ଚଳିତ ବର୍ଷର ମାଟି୍ରକ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା (ଦ୍ୱିତୀୟ) ନିମନ୍ତେ ପରୀକ୍ଷାର୍ଥୀଙ୍କ ଆଡ଼ମିଟକାର୍ଡ଼ ବୋର୍ଡ଼ ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏସି.ଇନରେ ଉପଲବ୍ଧ ରହିଛି । ପରୀକ୍ଷା ଜୁନ ୩୦ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ରେ ଶେଷ ହେବ । ରାଜ୍ୟର ୯୮ଟି କେନ୍ଦ୍ରରେ ମୋଟ ୩୨୩୨ ପରୀକ୍ଷାର୍ଥୀ ଚଳିତ ବର୍ଷର ମାଟି୍ରକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ସେହିପରି ୧୦୩ଟି କେନ୍ଦ୍ରରେ ୧୦ହଜାର ୮୦୯ ଜଣ ଛାତ୍ରଛାତ୍ରୀ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା (ଦ୍ୱିତୀୟ) ଦେବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।