କ୍ୟାମ୍ବ୍ରିଜ ପକ୍ଷରୁ ଚେକପଏଣ୍ଟ ଟେଷ୍ଟ ସିରିଜର ବିସ୍ତାର
ଭୁବନେଶ୍ୱର : କ୍ୟାମ୍ବ୍ରିଜ ୟୁନିଭର୍ସିଟି ପ୍ରେସ ଆଣ୍ଡ ଆସେସମେଂଟ (କ୍ୟାମ୍ବ୍ରିଜ)ର ଇଣ୍ଟରନେସନାଲ ଏଜୁକେସନ ଗ୍ରୁପ ପକ୍ଷରୁ କ୍ୟାମ୍ବ୍ରିଜ ଚେକପଏଂଟ ଟେଷ୍ଟ ସିରିଜର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି । ପ୍ରାଥମିକ ଓ ନିମ୍ନ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ଶିକ୍ଷା ଆବଶ୍ୟକତାଗୁଡିକୁ ଚିହ୍ନଟ କରିବାରେ ବିଦ୍ୟାଳୟଗୁଡିକୁ ସହଯୋଗ କରିବା କ୍ଷେତ୍ରରେ ଏହି ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୧୦୧ଟି ଦେଶର ୧୬୦୦ରୁ ଅଧିକ ସ୍କୁଲ ନିଜର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଏକ ଅନ୍ତର୍ଜାତୀୟ ବେଞ୍ଚମାର୍କ ହାସଲ କରିବା ପାଇଁ ଗତବର୍ଷ କ୍ୟାମ୍ବ୍ରିଜ ଚେକପଏଂଟ ଟେଷ୍ଟକୁ ବ୍ୟବହାର କରିଥିଲେ । କ୍ୟାମ୍ବ୍ରିଜ ବିଶ୍ୱବ୍ୟାପୀ ବଢୁଥିବା ଚାହିଦାକୁ ପୂରଣ କରିବା ଲାଗି ମାର୍ଚ୍ଚ ୨୦୨୬ରେ ଏକ ୩ୟ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ମେ’ ଓ ଅକ୍ଟୋବର ମାସରେ ପରୀକ୍ଷା ପାଇଁ ଏକ ବିକଳ୍ପ ରହିବ । ଏହା ପ୍ରତ୍ୟେକ ସିରିଜ ପାଇଁ ଏକ ସପ୍ତାହର ଟାଇମଟେବୁଲ ମଧ୍ୟ ଆରମ୍ଭ କରିଛି ଏବଂ ବିଦ୍ୟାଳୟଗୁଡିକର ଆବଶ୍ୟକତା ସହ ଖାପ ଖୁଆଇବା ପାଇଁ ମେ’ ସିରିଜକୁ ଏକ ପରବର୍ତ୍ତୀ ତାରିଖକୁ ଘୁଂଚାଇଛି । କ୍ୟାମ୍ବ୍ରିଜ ଚେକପଏଂଟ ଟେଷ୍ଟଗୁଡିକ ଗଣିତ, ଇଂରାଜୀ ଓ ବିଜ୍ଞାନ ପାଠ୍ୟକ୍ରମରେ ପ୍ରଗତିକୁ ମୂଲ୍ୟାୟନ କରିଥାଏ ଏବଂ ମୁଖ୍ୟତଃ କ୍ୟାମ୍ବ୍ରିଜ ପ୍ରାଥମିକ (୧୦ରୁ ୧୧ ବର୍ଷ) କିମ୍ବା ନିମ୍ନ ମାଧ୍ୟମିକ ଶିକ୍ଷା (୧୩ରୁ ୧୪ ବର୍ଷ) ଶେଷରେ ଶିକ୍ଷାର୍ଥୀମାନେ ଏହି ପରୀକ୍ଷା ଦେଇଥାନ୍ତି । ଏହି ପରୀକ୍ଷାଗୁଡିକରେ କ୍ୟାମ୍ବ୍ରିଜର ପରୀକ୍ଷକମାନେ ମାର୍କ ଦେଇଥାନ୍ତି ଏବଂ ବ୍ୟକ୍ତିଗତ ଓ ଗ୍ରୁପ ପ୍ରଦର୍ଶନକୁ ତଦାରଖ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ସ୍କୁଲ ଏକ ଫିଡ୍ବ୍ୟାକ ରିପୋର୍ଟ ହାସଲ କରିଥାନ୍ତି । ନୂଆଦିଲ୍ଲୀର ଦ ବ୍ରିଟିଶ ସ୍କୁଲର ନିଦେ୍ର୍ଦଶକ ବନିତା ଉପ୍ପଲ ଓବିଇ କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ପଦକ୍ଷେପ ସମ୍ପର୍କରେ କ୍ୟାମ୍ବ୍ରିଜରେ ଇଣ୍ଟରନେସନାଲ ଏଜୁକେସନ ବିଭାଗର ଗ୍ରୁପ ପରିଚାଳନା ନିଦେ୍ର୍ଦଶକ ରଡ୍ ସ୍ମିଥ କହିଛନ୍ତି, “ କ୍ୟାମ୍ବ୍ରିଜ ଚେକପଏଂଟ ପରୀକ୍ଷାଗୁଡିକ ସ୍କୁଲଗୁଡିକୁ ଯୁବ ଶିକ୍ଷାର୍ଥୀଙ୍କ ପ୍ରଗତିକୁ ଟ୍ରାକ କରିବା ଏବଂ ପ୍ରଭାବୀ ସହଯୋଗ ପ୍ରଦାନ କରିବା ପାଇଁ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।