ପ୍ରତିଭା ଚୟନ ଓ ବାର୍ଷିକ ଉସବ
ଭଣ୍ଡାରିପୋଖରୀ: ଏହି ବ୍ଲକ ଅନ୍ତର୍ଗତ ପଦିନାରାୟଣପୁର ସରକାରୀ ଉପ୍ରା ବିଦ୍ୟାଳୟରେ ପ୍ରତିଭା ଚୟନ ଓ ବାର୍ଷିକ ଉସôବ ଶୁକ୍ରବାର ଶିକ୍ଷାବିତ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧୁ ଦୋଳଗୋବିନ୍ଦ ଖୁଣ୍ଟିଆ ଉସôବ ଉଦଘାଟନ କରିଥିଲେ ।
ଏଥିରେ ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ କୁମାର ଜେନା ମୁଖ୍ୟ ଅତିଥି, ଶିକ୍ଷା ସଂଯୋଜକ ଅଭିମନୁ୍ୟ ବେହେରା ମୁଖ୍ୟବକ୍ତା, ଶିକ୍ଷାବିତ ସନ୍ତୋଷ କୁମାର ସାହୁ, ପୁରୁଷୋତ୍ତମ ଧଳ, ଘନଶ୍ୟାମ ସ୍ୱାଇଁ, ଶରତ କୁମାର କୁଣ୍ଡୁ, ବ୍ରଜକିଶୋର ଖୁଣ୍ଟିଆ, ଶାନ୍ତିଲତା ରାଉତ, ବିଦୁ୍ୟତଲତା ଜେନା, ମନୋରମା ପୁରୁଖା ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉସôବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଧାନଶିକ୍ଷୟତ୍ରୀ ପ୍ରେମଲତା ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶୈଖିକ ଓ ସହଶୈଖିକ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଅତିଥି ପରିଚୟ ଓ ଶିକ୍ଷୟତ୍ରୀ ଦୀପିକା ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଯେନା, ପୁଷ୍ପାଞ୍ଜଳୀ ରାଉତ, କିଶୋର ଯେନା, ମମତା ଯେନା, ମାଳତୀଲତା ସେଠୀ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଶଶିକାନ୍ତ ସାହୁ, ସରୋଜ ଖୁଣ୍ଟିଆ, ଚନ୍ଦନ ରାଉତ ପ୍ରମୁଖ ଉସôବ ପରିଚାଳନା କରିଥିଲେ ।