ବିଜେପିକୁ ଟାର୍ଗେଟ କଲେ ପ୍ରମିଳା : କହିଲେ ଡରୁଛନ୍ତି ମୋହନ ସରକାର

ବିଜେପିକୁ ଟାର୍ଗେଟ କଲେ ପ୍ରମିଳା : କହିଲେ ଡରୁଛନ୍ତି ମୋହନ ସରକାର

ଭୁବନେଶ୍ବର : ଭାଜପାକୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜୁ ବାବୁଙ୍କ ଜନ୍ମଦିନକୁ ନେଇ ବର୍ଷିଲେ ପ୍ରମିଳା। ସେ କହିଛନ୍ତି, ଭାଜପା ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା । ହେଲେ ବିଜୁ ପଟ୍ଟନାୟକଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ । ଅନ୍ତର୍ଜାତୀୟ ସ୍ତରରେ ସେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ସେ ୧୯୯୩ ମସିହାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ତେବେ ଠାରୁ ପଞ୍ଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁ ବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ବିଜୁ ବାବୁଙ୍କ ନାଁକୁ ସେମାନେ ଡରୁଛନ୍ତି । କାରଣ ଲୋକ ତାଙ୍କୁ ଭଲ ପାଆନ୍ତି। ଏପରି ଅପମାନ କରିବା ସରକାରର ଠିକ ନୁହେଁ। କଂଗ୍ରେସ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲା ମାର୍ଚ୍ଚ -୫ ରେ। ହେଲେ ଭାଜପା ଯେପରି ଅସମ୍ମାନ କଲା, ତାହା କଣ ଓଡ଼ିଆ ଅସ୍ମିତା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି। ଏଥିରୁ ଜଣା ପଡୁଛି ମହାପୁରୁଷଙ୍କୁ ଏହି ସରକାରକେତେ ସମ୍ମାନ କରନ୍ତି । ବିଜେଡି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିବ। ସବୁ ନିର୍ବାଚନ ମଣ୍ଡଳୀରେ ବି ପାଳନ ହେବ। ସକାଳେ ହସ୍ପିଟାଲରେ ଫଳ ବଣ୍ଟନ ଓ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନା ହେବ ବୋଲି ସ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।