ଅବହେଳା ଅବସ୍ଥାରେ ଗୁପ୍ତ ଗଙ୍ଗା
ଭାପୁର : ଭାପୁର ବ୍ଲକ ଅନ୍ତର୍ଗତ ନିମାଣୀ ଗ୍ରାମର ଅନତି ଦୂରରେ ଅବସ୍ଥିତ କାସିଆ ପାହାଡ. ସବୁଜ, ସୁନ୍ଦର ଶୋଭାରାଜିର ଅପୂର୍ବ ସମ୍ଭାର ଏଇ ପାହାଡ଼. ନୟାଗଡ ଜÿିଲ୍ଲାସଦର ମହକୁମା ଠାରୁ୩୫ କି.ମି. ଓ ରାଜ୍ୟ ରାଜଧାନୀ ଠାରୁ ମାତ୍ର ୬୫କି.ମି. ଦୂରରେ ଅବସ୍ଥିତ ଏଇ ପାହାଡର ପାଦଦେଶ ରେ ଗୁପ୍ତଗଙ୍ଗା ଅବସ୍ଥିତ ସେଇ ଅଂଚଳର ବୁଦ୍ଧିଜୀବୀ କୁହନ୍ତି ସେଇ ପାହାଡ଼ର କେଉଁ ଏକ ଅଦୃଶ୍ୟ ସ୍ଥାନରୁ ଝରଣାଟେ ବାହାରି ପାଦଦେଶରେ ପ୍ରବାହିତ ହେଉଛି. ଝରଣା ର ପାଣି ଅତ୍ୟନ୍ତ ଥଣ୍ଡା ଓ ସେଇ ପାଣିରେ ସ୍ନାନ କଲେ କୁଆଡେ ସବୁ ଚର୍ମ ରୋଗ ଉପଶମ ହୋଇଯାଏ । ଝରଣା ପଡିବା ସ୍ଥାନରେ ମା ଗଙ୍ଗା ମାତା ପୂଜା ପାଉଛନ୍ତି. ସେଇ ନାମଟି ଗୁପ୍ତ ଗଙ୍ଗା ନାମରେ ସେଇଥି ପାଇଁ ନାମିତ. ପ୍ରତିଦିନ ଶହ ଶହ ତୀର୍ଥ ଯାତ୍ରୀ ଭ୍ରମଣରେ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରି ବେଶ ଆନନ୍ଦିତ ହୁଅନ୍ତି. ସେଠାରେ ବଣଭୋଜି କରି ଭରପୁର ମଜା ନିଅନ୍ତି. କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏପର୍ଯ୍ୟନ୍ତ ଏହା ପପ୍ରଶାସନର ଆଢୁଆଳର ଲୁଚି ରହିଛି. ସବୁଦିନିଆ ଭଲ ରାସ୍ତାଟେ ମଧ୍ୟ ସେଠାକୁ ନାହିଁ. ବହୁ ପର୍ଯ୍ୟଟକ ଯାଉଥିଲେ ମଧ୍ୟ ସେଠାରେ ବିଶ୍ରାମଗାର, ଶୌଚାଳୟ, ପିଇବା ପାଣିର କୌଣସି ସୁବିଧା କରାଯାଇନି. ସ୍ଥାନୀୟ ନିମାଣୀ ଗ୍ରାମବାସୀମାନେ ନିଜେନିଜେ ଅର୍ଥ ଆଦାୟ କରି କିଛି ମାତ୍ରା ରେ ସେଇ ସ୍ଥାନର ଉର୍ନତ୍ତି ପାଇଁ ବିନିଯୋଗ କରୁଛନ୍ତି, ମାତ୍ର ତାହା ସମୁଦ୍ର କୁ ଶଙ୍ଖ?. ସରକାରଙ୍କ ପର୍ଯ୍ୟଟନ ବିଭାଗ ଯଦି ଏହା ଉପରେ ନଜର ପକାନ୍ତା ତାହାଲେ ଏଇସ୍ଥାନର ଯଥେଷ୍ଟ ଉର୍ନତ୍ତି ସହ ପ୍ରଚୁର ରାଜସ୍ୱ ଆଦାୟ ହୁଅନ୍ତା ବୋଲି ବୁଦ୍ଧିଜୀବି ମାନେ ମତ୍ତଦିଅନ୍ତି.