ଖରସ୍ରୋତା ନଦୀରେ ନାବାଳକ ନିଖୋଜ
ବିଞ୍ଝାରପୁର : ଏହି ଥାନା ଅନ୍ତର୍ଗତ ଜରି ପଞ୍ଚାୟତ ସଲଗ୍ନ ଖରସ୍ରୋତା ନଦୀରେ ଗାଧୋଇ ବାକୁଯାଇ ୧୩ବର୍ଷୀୟ ନାବାଳକ ନିଖୋଜ ଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ସନ୍ଧାନ ମିଳିପାରିନି । ଖବର ମୁତାବକ କପିଳା ପଞ୍ଚାୟତ ରାଁସ-ଗୁହାଳୀ ଗାଁର ପ୍ରତାପ ମଲ୍ଲିକଙ୍କ ବଡ଼ପୁଅ ପ୍ରସାଦ (୧୩)ଜରୀ ସ୍ଥିତ ନିଜ ମାମୁଁ ଘରକୁ ଗତ ଦୁଇଦିନ ହେବ ବୁଲି ଯାଇଥିଲେ । ସୋମବାର ପୂର୍ବାହ୍ନରେ ନିଜର ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ନିକଟସ୍ଥ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଗୋଡ଼ଖସି ବୁଡ଼ିଯାଇଥିଲେ । ପ୍ରତାପକୁ ଉଦ୍ଧାର କରିବାକୁ ଯାଇ ସାଙ୍ଗ ମାନେ ମଧ୍ୟ ଭାସିଯାଇଥିଲେ । ଏହି ସମୟରେ ନଦୀରେ ଗାଧୋଉଥିବା ଲୋକେ ଦେଖି ଦୁଇ ସାଙ୍ଗକୁ ଉଦ୍ଧାର କରିଥିଲେ ମଧ୍ୟ ପ୍ରତାପକୁ ପାଇନଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନଦୀରେ ଖୋଜା ଖୋଜି କରିଥିଲେ ପ୍ରତାପଙ୍କ ସନ୍ଧ୍ୟା ସୁଦ୍ଧା କୌଣସି ପତା ମିଳିପାରିନି ।