ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

 ଯାଜପୁର ସଦର:  ସଦର ଥାନା ଅନ୍ତର୍ଗତ ଉପର ବରୁଅାଁ ଗ୍ରାମର ମହେନ୍ଦ୍ର ଭଞ୍ଜଙ୍କ ଏକ ମାତ୍ର ପୁତ୍ର ସୋମ୍ୟରଞ୍ଜନ(୨୨) ଶନିବାର ଆତ୍ମହତ୍ୟା କରିଥିବା ଜଣାପଡିଛି । ପ୍ରକାଶ ଯେ ସକାଳ ୭ଟା ସମୟରେ ପୁଅ ଶୋଇବା ଘରୁ ନଉଠିବାରୁ ଘରଲୋକ ତାକୁ ଡାକିଥିଲେ । ମାତ୍ର ଜବାବ ନଦେବାରୁ କବାଟ ଖୋଲି ଦେଖିଲେ ଯେ ଶୋଇବା ଘରର ଫ୍ୟାନରେ ଏକ ଗାମୁଛା ବେକରେ ଗୁଡାଇ ଓହଳି ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡ଼ାକ୍ତର ଦେଖି ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ସଦର ଥାନା ପୁଲିସ ଡାକ୍ତରଖାନାରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।