ବିଦୁ୍ୟତ ଟ୍ରାନ୍ସଫର୍ମର କଏଲ ଚୋରି
ପାଣିକୋଇଲି : ଏହି ଥାନା ବରୁଣାଇପଦା ମୌଜାରେ ଥିବା ଏକ ରାଇସ ମିଲ ମଧ୍ୟରେ ଥିବା ୭୫୦ କେଭି ବିଦୁ୍ୟତ ଟ୍ରାନ୍ସଫରରୁ କେହି ଦୃର୍ବୃତ୧ଟନ ଓଜନର କପର କଏଲ ଚୋରି ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶଯେ ଏହି ରାଇସ ମିଲର ମ୍ୟାନେଜର ବଡଚଣା ଥାନା ରମ୍ଭାଦେଇପୁର ଗ୍ରାମର କପିଳ ପ୍ରଧାନଙ୍କ ପୁଅ ଚିତରଂଜନଙ୍କ ଲିଖିତ ଅଭିଯୋଗ ମୁତାବକ ତାଙ୍କ ମିଲରେ ଥିବା ଏକ ୭୫୦କେଭି ବିଦୁ୍ୟତ ଟ୍ରାନ୍ସଫରମର ଥିଲା । ଉକ୍ତ ମିଲଟି ବନ୍ଦଥିବା ବେଳେ ୩ଜଣ କର୍ମଚାରୀ ଓ ଜଣେ ସିକୁ୍ୟରିଟି ଗାର୍ଡ ରହୁଥିଲେ । ବିଳମ୍ବିତ ରାତିରେ ମିଲରେ ଲାଗିଥିବା ବିଦୁ୍ୟତ ଟ୍ରାନ୍ସଫରମରର ଖୋଲି କପର କଏଲକୁ କେହି ଚୋରି କରିନେଇଛନ୍ତି । ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ଜଣେ କେବେ ଏକ ଟନ ଓଜନର କଏଲ ଖୋଲି ନେବା ସମ୍ଭବ ନୁହେଁ । ଏନେଇ ଅଭିଯୋଗ ପରେ ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।