ଖାଇସାରିବା ପରେ ମିଠା ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ

ଖାଇସାରିବା ପରେ ମିଠା ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ

ଖାଦ୍ୟ ଖାଇସାରିବା ପରେ ମିଠା ଖାଇବା ଅନେକ ଲୋକଙ୍କ ପସନ୍ଦ ହୋଇଥାଏ  । ଭାରତୀୟମାନଙ୍କ ଘରେ ଯଦି କୌଣସି ଉତ୍ସବ ଖାଇବାରେ ମିଠା ନହୋଇଥାଏ, ସେ ଖାଇବା ଅଧୁରା ଲାଗିଥାଏ । ଖାଇସାରିବା ପରେ ମିଠା ଖାଇବାର ଅନେକ ଗୁଡ଼ିଏ ଫାଇଦା ରହିଛି  । ଏହି ପରାମର୍ଶ ଡାକ୍ତର ମଧ୍ୟ ଦେଇଥାନ୍ତି  । ଯଦି ଆପଣ ଖାଇସାରିବା ପରେ ମିଠା ଖାଇଥାନ୍ତି ତେବେ ଏହାର ଲାଭ ସମ୍ପୁର୍ଣ୍ଣ ଶରୀରକୁ ମିଳିଥାଏ । ମିଠା ଖାଇବା ମାନସିକ ଚାପ କମ୍‌ କମ କରିବାସହ ମସ୍ତିସ୍କ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ  । ଆୟୁର୍ବେଦ ଅନୁସାରେ, ଖାଇବା ପରେ କିଛି ମିଠା ଖାଇଲେ ପେଟରେ ଅମ୍ଳର ତୀବ୍ରତା କମ ହୋଇଥାଏ  । ଯାହାଫଳରେ ପେଟରେ ଜ୍ଜ୍ୱଳନ ଓ ଏସିଡିଟି ପରି ସମସ୍ୟା ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଖାଇସାରିବା ପରେ ତୁରନ୍ତ ମିଠା ଖାଇବାର ଆଉ କଣ ସବୁ ଫାଇଦା ରହିଛି  । 

 ମିଠାର ସେବନ ପାଚନ ତନ୍ତ୍ରକୁ ମଜବୁତ କରିବାରେ ସହାୟକ ହୋଇଥାଏ । ମିଠା ଭୋଜନ ପେଟରେ ସନ୍ତୁନଳ ରକ୍ଷା କରେ ଓ ପାଚନ ଏନଜାଇମକୁ ବଢ଼ାଇଥାଏ । ଯଦି ଖାଇବା ପରେ ଆପଣ ଗୁଡ଼ କିମ୍ବା କୌଣସି ମିଠା ଜିନିଷ ଖାଉଛନ୍ତି ତେବେ ଆପଣଙ୍କ ଆପଣଙ୍କ ଖାଇବା ଶିଘ୍ର ହଜମ ହୋଇଥାଏ । ମିଠା ଖାଇବାଦ୍ୱାରା ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ । ମିଠା ଖାଦ୍ୟ ପେଟର ମାଂସପେଶୀକୁ ଆରାମ ଦେବାସହ ପେଟ ସମସ୍ୟାକୁ ଦୂର କରିଥାଏ । ଯଦି ଆପଣଙ୍କର ପେଟର ସମସ୍ୟା ରହିଛି ତେବେ ଆପଣ ଖାଇସାରିବା ପରେ ମିଠା ଖାଇବା ଆରମ୍ଭ କରିଦିଅନ୍ତୁ  । ଏଥିରେ ଆପଣଙ୍କୁ ଖାଦ୍ୟ ହଜମ ହେବାରେ ବେଶ୍‌ ସାହାଯ୍ୟ ମିଳିଥାଏ  । ମିଠା ଖାଇବା ଦ୍ୱାରା ପେଟରେ ଅମ୍ଳର ମାତ୍ରା କମ ହୋଇଥାଏ । ଯାହାଫଳରେ ଏସିଡିଟି ଓ ଛାତିରେ ଜ୍ଜ୍ୱଳନ ପରି ସମସ୍ୟାରୁ ଆରାମ ମିଳିଥାଏ । ମିଠାର ସେବନ ମାନସିକ ଚାପ କମ କରିବା ସହ ମସ୍ତିସ୍କକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଖାଇସାରିବା ପରେ ମିଠା ଖାଇବା ମାନସିକ ଚାପ କମ କରିଥାଏ । ମିଠା ଖାଇବା ଦ୍ୱାରା ମସ୍ତିସ୍କରେ ସେରୋଟୋନିନ୍‌ ନାମକ ହରମୋନ୍‌ର ସ୍ତର ବଢ଼ିଥାଏ ଯାହା ମନକୁ ଶାନ୍ତ ରଖିବା ସହ ଚାପ ଦୂର କରିବାରେ ସହାୟକ ହୋଇଥାଏ  ।  ଆପଣ ଖାଇସାରିବା ପରେ ଗୁଡ଼ର ସେବନ କରିପାରିବେ  । ଗୁଡ଼ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ମିଠାର ସେବନ ଶରୀରର ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ମିଠା ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ । ବିଶେଷକରି ବ୍ୟାୟାମ କରିସାରିବା ପରେ ମିଠାର ସେବନ ମିଠାର ସେବନ ଭଲ ହୋଇଥାଏ ।    

                                                                                                                                                                                                                                                 By- ହେନାମଞ୍ଜରୀ ସ୍ୱାଇଁ