ଖୁବ୍ ଶୀଘ୍ର ଘୋଷଣା ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ତାରିଖ 


 କଟକ : ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ନେଇ ସ୍ପଷ୍ଟ କଲେ ବୋର୍ଡ଼  କର୍ତ୍ତୃପକ୍ଷ । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା କରିବା ଏବେ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କଲେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ । ଖୁବ୍ ଶିଘ୍ର ପରୀକ୍ଷା ତାରିଖ ଘୋଷଣା କରିବାକୁ ସଭାପତି ଶ୍ରୀ ତରାଇ ପ୍ରତିଶୃତି ଦେଇଛନ୍ତି । ସୂଚନାଯୋଗ୍ୟ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି । ହେଲେ ପରୀକ୍ଷାର ଠିକ୍ ପୂର୍ବ ରାତିରେ ଅପ୍ରତ୍ୟାଶିତ ଭାବେ ଏହାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତକ୍ରମେ ବୋର୍ଡÿ ଉପସଭାପତି ନିହାର ମହାନ୍ତି, ବୋର୍ଡ଼ କାର୍ଯ୍ୟାଳୟରେ ଡାଟା ଏଣ୍ଟି୍ର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତନ ମହାରଣା, ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କ ସମେତ ୮ ଜଣକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।