ନଦୀ ତୁଠରେ ପାହାଚ ନିର୍ମାଣ ପାଇଁ ଦାବି
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ ନଦୀକୂଳିଆ ଜନସାଧାରଣମାନେ ମହାନଦୀ ତୁଠକୁ ସହଜ ଓ ସୁବିଧାରେ ଯାଇ ଗାଧୋଇବା ଠାରୁ ଆରମ୍ଭ କରି ଶୁଧିକ୍ରିୟା ଓ ଅନ୍ୟାନ୍ୟ ଧର୍ମ କାର୍ଯ୍ୟମାନ ସଂପାଦନ କରିଥାନ୍ତି । ସେଥିପାଇଁ ରାଜରାଜୁଡା ଅମଳରୁ ବନ୍ଧର ବିଭିନ୍ନ ସ୍ଥାନରେ ପଥର ପାହାଚମାନ ନିର୍ମାଣ କରାଯାଇଥିଲା । କଟକକୁ ସୁରକ୍ଷିତ ରଖିବା ପାଇଁ ସ୍ୱର୍ଗତ ରାଜା ମର୍କତକେଶରୀ କାଠ ଯୋଡି ବନ୍ଧ ନିର୍ମାଣ କରି ଲୋକମାନେ ନଦୀ ତୁଠକୁ ଯିବା ପାଇଁ ପଥର ପାହାଚ ଓ ଗଡା ଆଦି ନର୍ମାଣ କରିଥିଲେ । ଗତ ୫/୬ ବର୍ଷ ଧରି ବାଙ୍କୀ ରଣଶଙ୍ଖ ଠାରୁ ସୁନାଦେଇ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢ଼ ଓ ପ୍ରଶସ୍ତିକରଣ କାର୍ଯ୍ୟ କରିବା ସମୟରେ ନଦୀବନ୍ଧର ଉଭୟ ପାଶ୍ୱର୍ରେ ଓ ନଦୀ ତୁଠ ପର୍ଯ୍ୟନ୍ତ ଥିବା ପଥର ପାହାଚମାନ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ମାଟିରେ ପୋତି ହୋଇଯାଇଛି । ନଦୀକୂଳିଆ ଲୋକମାନେ ବିଶେଷ କରି ବୟସ୍କ ଲୋକମାନେ ନଦୀକୁ ଗାଧୋଇବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ସେ ସଂପର୍କରେ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ପକ୍ଷରୁ ବାଙ୍କୀ ଜଳସଂପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ବିଭାଗୀୟ ମଖ୍ୟଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ଏହି କାର୍ଯ୍ୟର ବିଶେଷ ଅଗ୍ରଗତି ହୋଇନଥିବାରୁ ସଂଘ ସଭାପତି ବିରଞ୍ଚô ଦାସ, ସଭ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ନୀଳମାଧବ ମିଶ୍ର, ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ପୁନର୍ବାର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ଅଗ୍ରାଧିକାର ଭିତ୍ତିରେ ପ୍ରଥମ ଦଫାରେ ୪ଗୋଟି ଘାଟରେ ପାହାଚ ନିର୍ମାଣ କରାଯିବା ପାଇଁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
