ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସ
କଟକ: ସ୍ଥାନୀୟ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ଉପସଭାପତି ଶିଶିର ରଥଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଓଡ଼ିଶା ରାଜନୀତିରେ ତାଙ୍କର ବେଶ ପ୍ରଭାବ ରହିଥିଲା ବୋଲି ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ରାଜେଶ ସ୍ୱାଇଁ, ରାମଚନ୍ଦ୍ର ଗୋଚ୍ଛାୟତ, ପି୍ରୟଜିତ ରାୟ, ମାନସ ପରିଡ଼ା, ସଚିଦାନନ୍ଦ ରାଉତ, ନିର୍ମଳ ସ୍ୱାଇଁ, ପ୍ରତୁ୍ୟଷ ସାହୁ, ରଜନୀ ବସ୍ତିଆ, କାଳନ୍ଦୀ ଖୁଣ୍ଟିଆ, ରୁଷି କାଣ୍ଡି, ଭିକି ଜେଠୀ, ଲିପୁଲ ରାଉତ, ସୀତାକାନ୍ତ ପଣ୍ଡା, ନିହାର ରଂଜନ ନନ୍ଦ, ଉଗ୍ରସେନ ଭୂୟାଁ, ଆଶୁତୋଷ ବରାଳ, ଜୟ ନାରାୟଣ ତି୍ରପାଠୀ, ପ୍ରଶାନ୍ତ ଭୋଇ, ଦୀପକ ସାହୁ ଓ ସନ୍ତୋଷ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।