ଖୋର୍ଦ୍ଧାରୋଡ ହାଫ୍ ମାରାଥନ୍ ଆୟୋଜିତ

 ଜଟଣୀ : ପୂର୍ବତଟ ରେଳବାଇ ସ୍ପୋର୍ଟ୍ସ ଆସୋସିଏସନ୍ ଖୋର୍ଦ୍ଧାରୋଡ ଏବଂ ଆଇଆଇଟି ଭୁବନେଶ୍ୱର ମିଳିତ ସହଯୋଗରେ ହାଫ୍ ମାରାଥନ୍   ଅନୁଷ୍ଠିତ ହେଇଛି । ଏହାର ଲକ୍ଷ୍ୟ ଥିଲା ଶାରୀରିକ ସୁସ୍ଥତାର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବ । ଏହି ମେଗା ଇଭେଣ୍ଟରେ, ପୁରୁଷ, ମହିଳା, ୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ପିଲାମାନଙ୍କ ସମେତ ୧୨୦୦ ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଆଥଲେଟିକ୍ସ ପାଇଁ ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ, ଖୋର୍ଦ୍ଧାରୋଡର ଡିଭିଜନାଲ ରେଳ ପ୍ରବନ୍ଧକ ଏଚ୍ଏସ୍ ବାଜୱା, ଖୋର୍ଦ୍ଧାରୋଡ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଗୁର ସିମରନ କୌର, ଆଇଆଇଟି/ଭୁବନେଶ୍ୱରର ଡିନ୍ ପ୍ରଫେସର ରାଜେଶ ରୋଶନ ଦାସ, ପି.କେ.ବେହେରା ଏଡିଆରଏମ (ଓପି), ଶୁଭ୍ର ଜ୍ୟୋତି ମଣ୍ଡଳ ଏଡିଆରଏମ ଏବଂ ହିମାଦ୍ରି ଭୂଷଣ ବିଶ୍ୱାଳ କ୍ରୀଡା ଅଧିକାରୀ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଡିଆରଏମ ଖୋର୍ଦ୍ଧାରୋଡ  ଏଚ୍ଏସ୍ବାଜୱା ସମସ୍ତ ବିଜେତା, ଧାବକ ଏବଂ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ ପକ୍ଷରୁ ଅଂଶଗ୍ରହଣକାରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଫିନିସିଂ ପଦକ ପ୍ରଦାନ କରାଯାଇଥିଲା । ୨୧.୧ କିଲୋମିଟର ସମୟସୀମା ଦୌଡ଼ ଏବଂ ୧୦ କିଲୋମିଟର ସମୟସୀମା ଦୌଡ଼ର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର, ପୁରୁଷ ଏବଂ ମହିଳାଙ୍କ ବିଜେତାଙ୍କୁ, ମୋଟ ୨ ଲକ୍ଷ ଟଙ୍କା ମୂଲ୍ୟର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ରୀଡା ସଚିବ ମହମ୍ମଦ ଜାକିରୁଦ୍ଦିନ୍, ସହକାରୀ କ୍ରୀଡା ସଚିବ ଜେଏସ୍ ପାତ୍ର, ଏବଂ ପୂର୍ବତଟ ରେଳବାଇ କ୍ରୀଡା ସଂଘ ଖୋର୍ଦ୍ଧାରୋଡର ସଦସ୍ୟ କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ ।