ଖୋଲୁନି ଆରୋଗ୍ୟ ସ୍ୱାସ୍ଥ୍ୟ ଉପକେନ୍ଦ୍ର


ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର,: ଚଳିତ ବର୍ଷ ମାର୍ଚ୍ଚମାସ ୬ତାରିଖରେ ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ କରକମଳରେ ଉଦ୍ଘାଟିତ ହେଲା ନାନପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର । କିନ୍ତୁ ଉଦ୍ଘାଟନ ଯେ ନିର୍ବାଚନୀ ଚାଲଥିଲା, ତାହା ଜଳ ଜଳ ହେଇ ଦେଖାଯାଉଛି । କହିବା କଥା ହେଲା ଉଦ୍ଘାଟନର ପାଞ୍ଚମାସ ପରେବି ଖୋଲିନି ଆରୋଗ୍ୟ ସ୍ୱାସ୍ଥ୍ୟ ଉପକେନ୍ଦ୍ର । ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପଞ୍ଚାୟତର ନାନପୁର ପାଟଣା ଠାରେ ଜନ ସାଧାରଣଙ୍କ ସେବା ନିମିତ ଉପକେନ୍ଦ୍ର ନିର୍ମାଣ ହୋଇଥିଲା । କିନ୍ତୁ କାମ ଅଧାପନ୍ତରିଆ ଥାଇ ସୁଦ୍ଧା ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ବିଧାୟକ କରିଦେଲେ ଉଦ୍ଘାଟନ । ଏଭିତରେ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷଙ୍କ ଉଦାସିନତାରୁ ଠିକାଦାର କାମ ଛାଡି ଛୁମାରିଥିବା ଅଭିଯୋଗ ହୋଇଛି । ଏସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ପଚାରିବାରେ ସେମାନେ କୌଣସି ସନ୍ତୋଷ ଜନକ ଉତର ଦେଇପାରିନାହାନ୍ତି । ଉଲ୍ଲେଖନୀୟ ଏହି ପ୍ରକଳ୍ପରେ କୌଣସି ସୂଚନା ଫଳକ ନଥିବା ପ୍ରକଳ୍ପର ବ୍ୟୟ ଅଟକଳ ଓ କାର୍ଯ୍ୟ ଅବଧି ସମ୍ପର୍କରେ କୌଣସି ସୁଚନା ନାହିଁ । ଏହି ଉପକେନ୍ଦ୍ରଟି ବାଲିଚନ୍ଦ୍ରପୁର କୁଆଁପାଳ ବ୍ୟସ୍ତବହୁଳ ରାସ୍ତାର ପାର୍ଶ୍ୱରେ ଥାଇ ସୁଦ୍ଧା ଜନସାଧାରଣଙ୍କ ଆବଶ୍ୟକତା ମେଣ୍ଟାଇବାରେ ଅସମର୍ଥ । ଯାହାକି ଫଳରେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।