ସାରୋଇ ପାହାଡ଼ରୁ ମାଟି-ମୋରମ ଲୁଟ୍
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଧର୍ମଶାଳା ତହସିଲ ଅଞ୍ଚଳରେ ମାଟି ଓ ମୋରମ ଉତ୍ତୋଳନ ପାଇଁ ଖଣି ବିଭାଗ କୌଣସି ଅନୁମତି ଦେଇ ନଥିବା ବେଳେ ସଂରକ୍ଷିତ ସାରୋଇ ପାହାଡ଼ରୁ ରାତି ଅଧରେ ମୋରମ ତାଡ଼ି ନେଇ ରାସ୍ତା କାମରେ ବ୍ୟବହାର ହୋଇଛି । ଧର୍ମଶାଳା ବରିଷ୍ଠ ବିଜେପି ନେତା ସର୍ବେଶ୍ୱର ବେହୁରା ଅକଥନୀୟ ନିର୍ଯାତନା ଓ ସଂଘର୍ଷ ବଳରେ୨୦୧୦ମସିହାରୁ ମାଫିଆମାନଙ୍କ ଲୋଲୁପ ଦୃଷ୍ଟିରୁ ସାରୋଇ ପାହାଡକୁ ମୁକ୍ତ କରି ଏକ ସବୁଜିମା ସୌନ୍ଦର୍ଯ୍ୟ ପୂର୍ଣ୍ଣ ପାହାଡରେ ପରିଣତ କରିଛନ୍ତି । ଏବେ ଏହି ପାହାଡଟି ସଂରକ୍ଷିତ ହୋଇ ରହିଥିବା ବେଳେ ଏହି ଜଙ୍ଗଲରେ ବିଭିନ୍ନ ଲୁପ୍ତ ପ୍ରାୟ ଜୀବ, ଜନ୍ତୁ ଓ ସରୀସୃପ ଏଠାରେ ଆଶ୍ରୟ ନେଇଛନ୍ତି । ଏବେ ମାଫିଆ ରାତିର ଅନ୍ଧାରରେ ପାହାଡ଼ରୁ ମୋରମ ତାଡ଼ି ହରିଦାସପୁର-ନେଉଳପୁର ରାସ୍ତା କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ପୂର୍ବରୁ ଏହି ପାହାଡ଼ରୁ ମୋରମ ଲୁଟ୍ ପାଇଁ ଭିଜିଲାନ୍ସ ବିଭାଗ ତକôାଳୀନ ଉପଜିଲାପାଳ ଧନଞ୍ଜୟ ସ୍ୱାଇଁ, ତକôାଳୀନ ତହସିଲଦାର ରବୀନ୍ଦ୍ର ସାବତ, ଦିଲ୍ଲୀପ କୁମାର ବଳ, ନେଉଳପୁର, ଅରୁହା ରାଜସ୍ୱ ନିରୀକ୍ଷକଙ୍କ ସମେତ ଲିଜ୍ଧାରୀ ହେମନ୍ତ ଜେନା, ଇନ୍ଦ୍ରଜିତ ବେହୁରାଙ୍କ ନାମରେ ଚାର୍ଜ ସିଟ୍ କରିଥିଲା । ଯାହ ସେ ସମୟରେ ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି କରିଥିଲା । ମୋରମ ଲୁଟ୍ ନେଇ ଶ୍ରୀ ବେହୁରା ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ଜଣାଇବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୋରମ ଲୁଟ୍ ବନ୍ଦ କରାଯିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କୋର୍ଟକୁ ଯିବା ପାଇଁ ଶ୍ରୀ ବେହୁରା ଚେତାବନୀ ଦେଇଛନ୍ତି ।