ଅଧାରେ ଅଟକିଛି ବୌଦ୍ଧପୀଠ ଲାଙ୍ଗୁଡି ସୌନ୍ଦର୍ଯ୍ୟକରଣ
ାା ପ୍ରଭାନୁ୍ୟଜ ।ା ଜାରକା: ଯାଜପୁର ଜିଲାର ବୌଦ୍ଧ କୀର୍ତ୍ତିରାଜି ବିଶ୍ୱ ଇତିହାସରେ ପରିଚୟ ସୃଷ୍ଟି କରିଛି । ଯେଉଁ କୀର୍ତ୍ତିରାଜିକୁ ଦେଖିବାକୁ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ବୌଦ୍ଧକୀର୍ତ୍ତିରାଜି ବହନ କରୁଥିବା ପର୍ଯ୍ୟଟନସ୍ଥଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗର ନିରବତାରୁ ବୌଦ୍ଧପୀଠ ଲାଙ୍ଗୁଡ଼ି ସୌନ୍ଦର୍ଯ୍ୟ କରଣ ଅଧାରେ ଅଟକିଛି । ଯାଜପୁର ଜିଲାର ବୌଦ୍ଧକୀର୍ତ୍ତିରାଜି ମଧ୍ୟରୁ ଧର୍ମଶାଳାର ଲଙ୍ଗୁଡ଼ି ପାହାଡ଼ ଅନ୍ୟତମ । ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ବି ରକ୍ଷଣା ବେକ୍ଷଣ ଅଭାବରୁ ଭୂତକୋଠି ପାଲଟି ଯାଇଥିଲା । ପୁନର୍ବାର ଏହାର ସୌନ୍ଦର୍ଯ୍ୟର ପୁନରଉଦ୍ଧାର ନିମନ୍ତେ ୨୦୨୩ ମସିହା ଜାନୁଆରିରେ ଓଟିଡିସି ପକ୍ଷରୁ ଏହାକୁ ମରାମତି ଆରମ୍ଭ କରାଯାଇଥିଲା । କିନ୍ତୁ ବର୍ଷେ ସାତ ମାସ ବିତିଯାଇଥିଲେ ବି ଅଧାରେ ଅଟକି ରହିଛି ବୌଦ୍ଧ ପୀଠ ଲଙ୍ଗୁଡ଼ିର ସୌନ୍ଦର୍ଯ୍ୟକରଣ । ଏହାର ମରାମତି କାର୍ଯ୍ୟ ଉପରେ ଉଠିଛି ପ୍ରଶ୍ନ । ଓଟିଡିସି ପକ୍ଷରୁ ୨୦୦୮ମସିହାରେ ପର୍ଯ୍ୟଟନର ବିକାଶ ନିମନ୍ତେ ବୌଦ୍ଧ ଶିକ୍ଷା କେନ୍ଦ୍ର କରାଯାଇଥିଲା । ପରେ ୨୦୧୪ ମସିହାରେ ଏହା ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ପାଇଥିଲା । ଓଟିଡିଶି ପକ୍ଷରୁ ୧୦କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟ ବରାଦ କରି ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ଏହାର ସୌନ୍ଦର୍ଯ୍ୟ କରଣ କରାଯାଇଥିଲା । ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ଭିଡ ଦେଖିବାକୁ ମିଳୁଥିଲା । କ୍ରମେ ଶିକ୍ଷା କେନ୍ଦ୍ର ଭାବେ ଏହା ପରିଚୟ ସୃଷ୍ଟି କରିଥିଲା ଓ ଅନେକ ବୌଦ୍ଧ ଧର୍ମାଲମ୍ବୀ ମାନେ ଏଠାରେ ରହି ଶିକ୍ଷା ଲାଭ କରୁଥଲେ । ସେମାନଙ୍କ ସୁବିଧା ନିମନ୍ତେ କୋଟିକୋଟି ଟଙ୍କାରେ ଷ୍ଟଡ଼ି ସେଣ୍ଟର, ରୋଷେଇ ଘର, ଡାଇନିଂ ଓ ପାନ୍ଥଶାଳା ଇତ୍ୟାଦି ନିର୍ମାଣ କରାଯାଇଥିଲା । କିନ୍ତୁ ସେ ଅଞ୍ଚଳର କିଛି ଅସାମାଜିକ ତତ୍ତ୍ୱ ତାଙ୍କୁ ହଇରାଣ ହରକତ କରିବା ହେତୁ ଶିକ୍ଷା ସମ୍ପନ୍ନ ହେବା ପରେ ସେମାନେ ଏହି ସ୍ଥାନ ଛାଡି ଚାଲିଯାଇଥିଲେ । ପରେ ଶ୍ରୀହୀନ ହୋଇ ଯାଇଥିଲା ଏହି ପ୍ରସିଦ୍ଧ ବୌଦ୍ଧ ବିହାର । ଏଥିରେ ବ୍ୟବହୃତ ହୋଇ ଥିବା ସଟର, କବାଟ, ଝରକା, ଇଲେଟ୍ରିକ ସରଜ୍ଞାମ ଲୁହା ଗେଟ୍ ଏସବୁକୁ ଦୁର୍ବୃତ୍ତ ତାଡି ଓପାଡି ନେଇ ଯାଇଥିଲେ । ଭୂତକୋଠୀ ପାଲଟି ଯାଇଥିଲା ଲାଙ୍ଗୁଡି ବୌଦ୍ଧ ବିହାର । ପୁନର୍ବାର ଏହାର ସୋନ୍ଦର୍ଯ୍ୟର ପୁନରଉଦ୍ଧାର ନିମନ୍ତେ ୨୦୨୩ ମସିହା ଜାନୁଆରି ମାସରେ ଓଟିଡିସି ପକ୍ଷରୁ ଏହାକୁ ମରାମତି ଆରମ୍ଭ କରାଯାଇଥିଲା । ପୂର୍ବରୁ କୋଟିକୋଟି ଟଙ୍କା ବ୍ୟୟରେ ଲାଙ୍ଗୁଡିର ସୌନ୍ଦର୍ଯ୍ୟର ରକ୍ଷଣାବେକ୍ଷଣ ଅଭାବରୁ ତାହା ଧ୍ୱଂସ ହୋଇଯାଇଥିବା କାରଣରୁ ଏହାର ସୁରକ୍ଷା ନିମନ୍ତେ ଧର୍ମଶାଳାର ଯୁବ ସଂଗଠକ ଆଲୋକ ଜେନାସାମନ୍ତଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତର ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଶିକ୍ଷକ, ଯୁବକ, ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ପଞ୍ଚାୟତ ବାସୀଙ୍କୁ ଏକତ୍ର କରି ଏକ ସ୍ୱତନ୍ତ୍ର ବୈଠକ କରି ଲାଙ୍ଗୁଡ଼ି ସୁରକ୍ଷା ମଞ୍ଚ ଗଠନ କରାଯାଇଛି । କିନ୍ତୁ ମଞ୍ଚର ସଭାପତି ମରାମତି କାର୍ଯ୍ୟ ଓ ସମୟସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି କାର୍ଯ୍ୟ ଆରମ୍ଭ ହେବାର ବର୍ଷେ ଭିତରେ ଶେଷ ହେବା କଥା । ଏନେଇ ସୂଚନା ମିଳିଥିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ଅଧାରେ ଅଟକି ରହିଛି । କୌଣସି ସୂଚନା ଫଳକର ମଧ୍ୟ ବ୍ୟବସ୍ତା ନଥିବା ସହ ଅଲୋକିକରଣ ବ୍ୟବସ୍ତା ଓ ରଙ୍ଗ ମଧ୍ୟ କରାଯାଇନଥିବା ଯାହା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି କହିଛନ୍ତି । ଏସଂପର୍କରେ ଯାଜପୁର ପର୍ଯ୍ୟଟନ ଅଧିକାରିଣୀ ହିମାଳୟା ତ୍ରିପାଠୀ କହିଛନ୍ତି ଓଟିଡ଼ିସି ଦେଇ ଥିବା ସୂଚନା ଅନୁସାରେ ଆଲୋକି କରଣ ପାଇଁ ଇଲେକ୍ଟ୍ରିକ ଟେଣ୍ଡର ପ୍ରକ୍ରିୟା କରାଯାଇଛି ଏବଂ ବର୍ତ୍ତମାନ ବର୍ଷା ଦିନ କାରଣରୁ ରଙ୍ଗ କାର୍ଯ୍ୟ ହୋଇ ପାରୁନାହିଁ । ବର୍ଷା ଋତୁ ପରେ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇ ଶେଷ କରାଯିବ ବୋଲି କହିଛନ୍ତି ।