ଦୁର୍ଘଟଣାରେ ଯୁବକ ମୃତ
ରାଜନଗର : ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ କଣୀ ଛକରୁ ରାଜଗଡ ଓ ବାଘତୈ÷ଳା ଯାଇଥିବା ରାସ୍ତା ଛକ (ଆଦର୍ଶ ବିଦ୍ୟାଳୟଠାରୁ କିଛି ଦୂର) ନିକଟରେ ଥିବା ପଡିଆ ଭିତରେ ଜଣେ ଯୁବକର ମୃତଦେହ ସହ ବାଇକ ପଡିଥିବା ଦେଖିବାକୁ ମିଳିଥିଲା । ସକାଳୁ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ରାଜନଗର ପୁଲିସ ସମ୍ପୃକ୍ତ ଯୁବକର ଶବ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ବାଇକକୁ ମଧ୍ୟ ଥାନାକୁ ଆଣିଛି । ମୃତୁ୍ୟବରଣ କରିଥିବା ଯୁବକ ଜଣକ ହେଉଛନ୍ତି ରାଜନଗର ଗ୍ରାମର ବସନ୍ତ ମଳିକଙ୍କ ପୁଅ ପର୍ଶୁରାମ (ପସରା-୩୮) । ତାଙ୍କ ସାନଭାଇ ବିଜୟ ମଳିକ ଥାନାରେ ଅଭିଯୋଗ କରିଛନ୍ତି । ବିଜୟ ତାଙ୍କ ଅଭିଯୋଗପତ୍ରରେ ବଡଭାଇ ପର୍ଶୁରାମ ବାଇକ ନେଇ ରାଜଗଡ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିବା ଦର୍ଶାଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ମୃତ ପର୍ଶୁରାମଙ୍କର ସ୍ତ୍ରୀଙ୍କ ସହ ଦୁଇ ନାବାଳିକା ଝିଅ ଓ ଗୋଟିଏ ନାବାଳକ ପୁଅ ଅଛନ୍ତି ।