ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ପ୍ରତିଷ୍ଠା

 ଆସିକା : ଆସିକା ସୁନାମ୍ବ ସାହିରେ ବିଜେ ଶ୍ରୀ ଶ୍ରୀ ଜଗତର ନାଥ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ମନ୍ଦିରର ନୀତିକାନ୍ତି ସମାପନ ପରେ ନିମନ୍ତ୍ରିତ ପଣ୍ଡିତମାନଙ୍କ ଦ୍ୱାରା ଋଷିକୂଲ୍ୟା ନଦୀର ତ୍ରିବିଧେଶ୍ୱେର ଘାଟରେ ପହଂଚି ଗଙ୍ଗା ଆବାହନ, ଅଭିମନ୍ତ୍ରିତ ପୂର୍ଣ୍ଣ ଜଳ କଳସ କୁ ମହିଳାମାନେ ଏକ ବିରାଟ ପଟୁଆରରେ ନଗର ପରିଭ୍ରମଣ କରି ଯଜ୍ଞ ସାଲା ନିକଟରେ ସ୍ଥାପନ କରିଥିଲେ । ପରେ ଜଳଯାତ୍ର, ଅଙ୍କୁରା ରୋପଣ, ଦୀକ୍ଷା ଗ୍ରହଣ ଆଦି ପୂଜା ପାଠ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ସାଲା ସଂସ୍କାର, ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ, ବ୍ରାହ୍ମଣ ବରଣ, ହୋମ ଯଜ୍ଞ, ଆରତୀ, ପୁଷ୍ପାଞ୍ଜଳି ସହ ଅଷ୍ଟ ପ୍ରହର ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ଶେଷ ଦିବସରେ ଯଜ୍ଞ ପୂର୍ଣ୍ଣାହୁତି, ନାମ ସମାପନ, ପ୍ରସାଦ ସେବନ, ନଗର ଭ୍ରମଣ, ଦଧିହାଣ୍ଡି ଭଗ୍ନ, ଆଦି କାର୍ଯ୍ୟକ୍ରମ ହେବାର ନୀତି ନିର୍ଘଣ୍ଟ ହୋଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ମ୍ୟାନେଜମେଣ୍ଟ ଟ୍ରଷ୍ଟି ନାରାୟଣ ମୁନି, ବରିଷ୍ଠ ଅଧ୍ୟାତ୍ମିକ ପ୍ରେମୀ ପ୍ରଶାନ୍ତ ପାଣିଗ୍ରାହୀ, କାଉନସିଲର ବାସନ୍ତୀ ପାତ୍ର, କାହ୍ନୁ ପାତ୍ର, ଅଶୋକ ପାଣିଗ୍ରାହୀ, ଅନୁଜ ପାଣିଗ୍ରାହୀ, କୈଳାସ ଦାସ, ନୀଳମଣି ପଣ୍ଡା, ସୁଦୀପ୍ତା ଦାସ, ବିନୋଦ ପାତ୍ର, ସମେତ ଅନେକ ସ୍ୱେଚ୍ଛାସେବୀ ସହଯୋଗ କରିଛନ୍ତି ।