ମାଙ୍କଡ଼ ଗୋଡ଼ାଇବା ହେଲା କାଳ : ବିଦୁ୍ୟତ୍ ଆଘାତରେ ମାମୁଁ ଓ ଭଣଜା ମୃତ

 ଭଦ୍ରକ : ମାଙ୍କଡ ଗୋଡାଇବା ହେଲା କାଳ ଏଥିରେ ଦୁର୍ଦ୍ଧଟଣା ଘଟି ମାମୁଁ ଏବଂ ଭଣଜା ମୃତ  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଦଇସିଂ ଆଦିବାସୀ ସାହିରେ   । ସୂଚନା ମୁତାବକ ଦଇସିଂ ଆଦିବାସୀ ସାହିରେ ଅପରାହ୍ନରେ ମାର୍କଣ୍ଡ ମୁଣ୍ଡାଙ୍କ ପୁଅ ନବ ମୁଣ୍ଡା(୧୦) ଗାଁ ନିକଟରେ ମାଙ୍କଡ ଗୋଡାଉଥିଲେ  । ଏହି ସମୟ ମଧ୍ୟରେ ତଳେ ଲମ୍ବି ରହିଥିବା ଏକ ବିଦୁ୍ୟତ ତାର ଉପରେ ମାଙ୍କଡ ଡେଇଁ ପଡିବାରୁ ତାର ଟି ଛିଡ଼ି ଯାଇଥିଲା  । ତେବେ ସେହି ତାରକୁ ନବ ଧରିନେଇଥିଲା ଫଳରେ ସେଇଠି ଟଳିପଡିଥିଲା ସେହିସମୟରେ ତାଙ୍କ ମାମୁଁ ରାଜା ମୁଣ୍ଡାଙ୍କ ପୁଅ ନିଧି ମୁଣ୍ଡା(୨୭) ଭଣଜା କୁ ବଞ୍ଚାଇବା ପାଇଁ ଯାଇ ଭଣଜାକୁ ଧରିବା ସମୟରେ ନିଜେ ମଧ୍ୟ ବିଦୁ୍ୟତ୍ ଆଘାତରେ ତଳେ ଟଳି ପଡ଼ିଥିଲେ  । ସ୍ଥାନୀୟ ଲୋକେ ବିଦୁ୍ୟତ୍ ସଂଯୋଗ କାଟି ଦୁଇ ଜଣଙ୍କୁ ମେଡିକାଲ ଆଣିଥିଲେ  । ଭଦ୍ରକ ମେଡିକାଲ ରେ ଉଭୟ ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି  । ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା ମେଡିକାଲ, ଗାଁ ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି  । ଏଭଳି ଘଟଣାରେ ଆଦିବାସୀ ଗରିବଙ୍କୁ ଆର୍ଥିକ ସହାୟତା ଦେବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି  ।