ଗଛରେ ଝୁଲି ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

 ହିଞ୍ଜିଳିକାଟୁ  :  ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଘୋଡାହାଡ ନଦୀ ନିକଟସ୍ଥ ଶଶ୍ମାନ ପରିସରରେ ଏକ ବରଗଛ ଶାଖାରେ କପଡା ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି  । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଜୟମଙ୍ଗଳ ସାହିର ମଣ୍ଟୁ ବେହେରା (୨୦)  । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୬/୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ମୃତଦେହକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ରଖିଛି । ଗୁରୁବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।