ବିକାଶବାହାନ କାର୍ଯ୍ୟକ୍ରମର ଶୁଭାରମ୍ଭ 

 ହିଞ୍ଜିଳିକାଟୁ :  ରାଜ୍ୟରେ ବିଜେପି ସରକାର ଗଠନର ୧ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ବିକାଶ ବାହାନ ଯାତ୍ରା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି କ୍ରମରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ସଂଯୋଜନାରେ ବିକାଶ ବାହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଆସିକା ସାଂସଦଙ୍କ ପ୍ରତିନିଧି ଶିଶିର ମିଶ୍ର ଯୋଗ ଦେଇ ଗେରୁଆ ପତକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ରାଜ୍ୟରେ ବିଜେପି ସରକାର ଗଠନର ୧ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବହୁ ଜନ କଲ୍ୟାଣକାରୀ ଯୋଜନା ଓ ସରକାର ଦେଇଥିବା କଥା ପୁରଣ କରିବାରେ ସକ୍ଷମ ହୋଇଛନ୍ତି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ ।  ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ବ୍ଲକ ପ୍ରତିନିଧି ଏ.ସୁଦର୍ଶନ, ବ୍ଲକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ବିଜେପି ନେତା ମାଧବ ଗୌଡ, ସନ୍ତୋଷ ପାଣିଗ୍ରାହୀ, ରାମ ପ୍ରସାଦ ପାତ୍ର, ସୁଧାଂଶୁ ସାବତ ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ବ୍ଲକ ପୋଚିଲିମା ଓ ଅପରାହ୍ନରେ ସାରୁ ପଞ୍ଚାୟତରେ ରଥ ପରିଭ୍ରମଣ କରିଥିଲା । ଆଗାମୀ ୧୦ ଦିନରେ ସ୍ଥାନୀୟ ବ୍ଲକର ସମସ୍ତ ପଞ୍ଚାୟତ ରଥ ପରିଭ୍ରମଣ କରିବା ସହ ୨୧ ତାରିଖରେ ଉଦ୍ୟାପିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ଅବକାରୀ ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ବିଶି, ସହକାରୀ ଯନ୍ତ୍ରୀ ପ୍ରସନ୍ନ ଦଳେଇ, ସିପି ଦଣ୍ଡପାଣି ଦାଶଙ୍କ ସମେତ ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ, ଅବକାରୀ, ପଞ୍ଚାୟତ ସମିତି କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।