ଗଞ୍ଜେଇ ଜବତ, ୨ ଗିରଫ 

 ଆସିକା : ଆସିକା ଥାନା ଅନ୍ତର୍ଗତ ଦେବଭୂମି ଛକରୁ ଚୋରା ଗଞ୍ଜେଇ ଚଲାଣ ବେଳେ ଦୁଇ ଜଣ ଗିରଫ କରିଛି ଆସିକା ଅବକାରୀ ବିଭାଗ କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁରକୁ ୦୭ କେଜି ଗଂଜେଇ ଧରି ଦୁଇ ଜଣ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଭଞ୍ଜନଗର ଉପ ଅଧିକ୍ଷକ, ସୋରଡ଼ା ଅବକାରୀ ଅଧିକାରୀ ମିଶି ଧରିଥିଲେ  । ଗିରଫ ଦୁଇ ଜଣ ହେଲେ କନ୍ଧମାଳ ଜିଲ୍ଲାର ବୁଟୁ କଁଅର, ସାର୍ଥକ ରଣା  । ସେମାନଙ୍କ ଠାରୁ ୦୭ କେଜି ଗଞ୍ଜେଇ ସହ ବ୍ୟବହୃତ ମୋଟର ସାଇକେଲ ଜବତ ହୋଇଛି  । ଏହି ଚଢ଼ାଉ ସମୟରେ ସହ ଅଧିକ୍ଷକ ସ୍ୱାଧୀନ କୁମାର ସାହୁଙ୍କ ର୍ନିେଶ କ୍ରମେ ଆସିକା ଅବକାରୀ ଅଧିକାରୀ ଡମ୍ବୁରୁ ଧର ହରିଜନ, ସବ ଇନ୍ସପେଟର ରାକେଶ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ  । ଚୋରା ଗଂଜେଇ ଚାଲାଣ ନେଇ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି  ।