ଶହୀଦ ନଗର ପୂଜା ସମିତି ପକ୍ଷରୁ ମାଟି ଅନୁକୂଳ
ଭୁବନେଶ୍ୱର : ଭୁବନେଶ୍ୱରର ସର୍ବପୁରାତନ ଓ ପ୍ରସିଦ୍ଧ ଦୁର୍ଗା ପୂଜା ସମିତି ସହିଦନଗର ପୂଜା ମଣ୍ଡପ ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଜଗତଜନନୀ ଦୁର୍ଗା ମା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉଦେ୍ଦଶ୍ୟରେ ମୂର୍ତ୍ତିକା ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି । ସମିତିର କର୍ମକର୍ତ୍ତା ଓ ସଦସ୍ୟ ମାନେ କୁଆଖାଇ ନଦୀ ପଠାରେ ପୂଜାର୍ଚ୍ଚନା କରି ମାଟି ଉଠାଇ ଥିଲେ, ପୂଜାର କର୍ତ୍ତା ଥିଲେ ଗିରୀଶ ପ୍ରସାଦ ରଥ । ସମିତି ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ମାଟି ଅନୁକୂଳ ପାଇଁ କୁଆଖାଇର ନଦୀ ଯାତ୍ରା କରିଥିଲେ ଓ ଘଣ୍ଟା, ମୃଦଙ୍ଗ, ଢୋଲ,ଶଙ୍ଖ, ମହୂରୀ ଓ କୀର୍ତ୍ତନ ରେ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ଏହିି କାର୍ଯ୍ୟକ୍ରମରେ ସମିତିର ସଭାପତି ହେମନ୍ତ କୁମାର ପରିଡା, କାର୍ଯକାରୀ ସଭାପତି ସରୋଜା କୁମାର ପାତ୍ର, ଉପସଭାପତି ଚନ୍ଦନ ପାଲିତ, ଯୁଗ୍ମସଂପାଦକ ବିଶ୍ୱପ୍ରସାଦ ମହାନ୍ତି, ରଞ୍ଜନ କୁମାର ମହାପାତ୍ର, କୋଷାଧକ୍ଷ ସ୍ମୃତି ରଞ୍ଜନ ଜେନା, କାର୍ଯ୍ୟ କାରୀ ସଦସ୍ୟ ଦିଲୀପ ମଲ୍ଲିକ, ସରତ ବେହେରା, ବିଦ୍ୟାନତ ସିଂହ, ମନୋରଞ୍ଜନ ମିଶ୍ର, ବିଶ୍ନୁ ପ୍ରସାଦ ଦାସଙ୍କ ସମେତ ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ । ଏହି ବର୍ଷ ପ୍ରଥମ ଥର ପାଇଁ ସମିତି ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପୂଜା ଅନୁଷ୍ଠିତ ହେବ ଓ ଏହି ସବୁ କାର୍ଯ୍ୟକ୍ରମକୁ ସମିତିର ସମ୍ପାଦକ ସଚି ନନ୍ଦନ ନାୟକ ପରିଚାଳନା କରୁଥିଲେ ଓ ସେ ଆହୁରି ମଧ୍ୟ କହିଛନ୍ତି ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ତୋରଣ କାର୍ଯ୍ୟ ରାକ୍ଷୀ ପୂର୍ଣ୍ଣିମାରୁ ଆରମ୍ଭ କରାଯାଇଛି ।