‘କଳିଙ୍ଗ’ର ସମ୍ବର୍ଦ୍ଧନା ସମାରୋହ
ବ୍ୟାସନଗର: ଶିକ୍ଷାନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ବା କେଜିଆଇ ଅଧିନସ୍ଥ କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲର +୨ ବିଜ୍ଞାନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ବିଞ୍ଝାରପୁର ସ୍ଥିତ କଲ୍ୟାଣ ମଣ୍ଡପରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଞ୍ଝାରପୁରର ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଆଲେକଜାଣ୍ଡାର ଦାସ କଳିଙ୍ଗରେ ବିଞ୍ଝାରପୁରର ପଢୁଥିବା ଛାତ୍ରଛାତ୍ରୀ ଗତ ଦୁଇ ବର୍ଷ ହେଲା ଭଲ ରେଜଲ୍ଟ କରି ଅନୁଷ୍ଠାନ ପାଇଁ ଗୌରବ ଆଣୁଛନ୍ତି ବୋଲି ପ୍ରକାଶ କରିଥିଲେ । ଦୁଇ ଛାତ୍ର ସୋମନାଥ ସାହୁ ଏବଂ ସାଈ ସ୍ୱରୂପ ବିଶ୍ୱାଳ ସ୍ଥାନୀୟ ଅଞ୍ଚଳର ଗୌରବ ବଢାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଅନ୍ୟ ଇନଷ୍ଟିଚୁ୍ୟସନ୍ସରେ ଯେତେବେଳେ, କମ୍ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ନିମନ୍ତେ କୁଣ୍ଠାବୋଧ କରିଥାନ୍ତି ସେ ସମୟରେ କଳିଙ୍ଗ ଆଭରେଜ୍ ଛାତ୍ରଛାତ୍ରୀଙ୍କୁ ନେଇ ସେମାନଙ୍କର ରେଜଲ୍ଟ କରି ଦେଖାଉଛି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ବିଷୟ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଞ୍ଝାରପୁରର ସରପଞ୍ଚ ଅଶୋକ ସାହୁ, ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାରତ ଚନ୍ଦ୍ର ସାହୁ, ଅଳକୁଣ୍ଡ ହଇସ୍କୁଲ ପ୍ରଧାନଶିକ୍ଷକ ଚିତ ଜେନା, ସିଂହପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ବାରିକ, ଗୁହାଳି ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ନିରଞ୍ଜନ ସାହୁ, ଏମ୍ଏନ୍ ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଆର୍ଯ୍ୟ ନାରାୟଣ ପଣ୍ଡା, ରାଉତରା ସରକାରୀ ହାଇସ୍କୁଲ ଶିକ୍ଷକ ନକୁଳ ବେହେରା, ବ୍ରଜସୁନ୍ଦର ହାୟର ସେକେଣ୍ଡାରୀ ସ୍କୁଲର ଅବସରପ୍ରାପ୍ତ କମର୍ସ ଅଧ୍ୟାପକ ଶରତ ସାର୍ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ +୨ବିଜ୍ଞାନ ପରୀକ୍ଷାରେ ସଫଳତା ଗତବର୍ଷ କଳିଙ୍ଗରେ ଟପ୍ପର ହୋଇଥିବା ସୋମନାଥ ସାହୁଙ୍କ ସମେତ ଚଳିତ ବର୍ଷ ଟପ୍ପର ହୋଇଥିବା ସାଇ ସ୍ୱରୂପ ବିଶ୍ୱାଳ, ଆଶିଷ ସାହୁ, ଦୀପକ ମିଶ୍ର, ଦିବ୍ୟଜିତ୍ ଭଞ୍ଜ, କୀର୍ତି କିରଣ ସେଠୀ, ବେଦାଂଶୀ ପ୍ରିୟଦର୍ଶିନୀ ଜେନା, ସ୍ଥିତି ସଂଜୀବନୀ ମଲ୍ଲିକ, ସାଈସ୍ୱରୂପ ମହାଳିକ, ଲକ୍ଷ୍ମୀପ୍ରିୟା ନାଥଶର୍ମା, ଅମିଶା ଜେନା, ରିତିକା ପ୍ରିୟଦର୍ଶିନୀ ଜେନା ପ୍ରମୁଖଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ସଫଳ ଛାତ୍ରଛାତ୍ରୀ ନିଜର ସଫଳତାର ଶ୍ରେୟ ପ୍ରିନ୍ସିପାଲ୍ ଦେବାଶିଷ ଦାସ ଏବଂ କଳିଙ୍ଗ ଗ୍ଲୋବାଲ ଏକାଡେମୀର ମୁଖ୍ୟ ଚିରସ୍ମିତା ଦାସଙ୍କୁ ଦେବା ସହ ତାଙ୍କ ବିନା ମାର୍ଗଦର୍ଶନରେ ଏହି ସଫଳତା କେବେ ବି ସମ୍ଭବ ହୋଇପାରି ନଥାନ୍ତା ବୋଲି ମତବ୍ୟକ୍ତ କରିଥିଲେ ।