ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା 

 ଯଖପୁରା : ଦାନଗଦୀ ଶିକ୍ଷା ମଣ୍ଡଳ ଅଧୀନକେନ୍ଦୁଢିପ ଗ୍ରାମର କେଏନ୍ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ ଛାତ୍ର ବତ୍ସଲ୍ୟ ଶିକ୍ଷକ ଥିଲେ । ଅନେକ ଛାତ୍ରଛାତ୍ରୀ ତାଙ୍କ ଶିକ୍ଷକତାରେ ସଫଳତା ପାଇଛନ୍ତି । ସମ୍ଭର୍ଦ୍ଧନା ଉତ୍ସବରେ ଅତିଥି ପୂର୍ବତନ ବିଇଓ ବିକର୍ତନ୍ ବେହେରା, ବଳରାମ ଆଇଚ, ସିଆର୍ସି ସୁରେନ୍ଦ୍ର ବାରିକ୍, ବିଶ୍ୱମ୍ବର ବିଶ୍ୱାଳ, ରଘୁନାଥ ବେହେରା, ମଦନ ମୋହନ ପରିଡା, ମୋହନ କୁମାର ଓଝା, କାଳନ୍ଦୀ ସେଠୀ, ରବି ନାରାୟଣ ଶତପଥୀ, ଶ୍ରୀଧର ଶତପଥୀ, ସନ୍ତୋଷ ସାହୁ, ପ୍ରମୋଦ ନାୟକ, ଅର୍ଜୁନ କୁମାର ପରିଡ଼ା, ସାମ୍ବାଦିକ ସୁବାସ ବାରିକ୍ ଓ ଦିଲ୍ଲୀପ କୁମାର ପରିଡ଼ା, ଶିବାନନ୍ଦ ପରିଡ଼ା, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ବେହେରା, ହୀରାବତି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ତା ସହିତ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟ କମିଟି ଓ ଗ୍ରାମବାସୀ ସାମିଲ ହୋଇଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଶୀତଳ ସା ସଭାପତିତ୍ୱ କରିଥିଲେ ।