ଗଣଜାଙ୍ଗ ଏକାଡେମିକ ସ୍କୁଲର ବାର୍ଷିକୋତ୍ସବ
ବନ୍ତ: ବନ୍ତ ବ୍ଲକ୍ ଗଣିଜାଙ୍ଗ ଏକାଡେମିକ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଅତିରିକ୍ତ ନିଦେ୍ର୍ଦର୍ଶକ ବୈଜ୍ଞାନିକ ଡ. ନୀଳାଦ୍ରି ରାଏ ମୁଖ୍ୟଅତିଥି ଭାବେ ସମସ୍ତ ଅତ୍ୟାଧୁନିକ ଶିକ୍ଷଣ ପଦ୍ଧତିକୁ ଶିକ୍ଷକମାନେ ଗ୍ରହଣ କରିବା ଉଚିତ୍ । ତ୍ରିମ ମେଧା (ଏୱାନ) ଭଳି ନୂତନ ବ୍ୟବସ୍ଥାକୁ ମଧ୍ୟ ସ୍ୱାଗତ କରିବା ଉଚିତ । ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ଶିକ୍ଷାର ମୁଖ୍ୟ ଉଦେ୍ଦଶ୍ୟ ଅଟେ । କମ୍ପୁ୍ୟଟର ହେଉ ବା ଯୁଦ୍ଧାସ୍ତ୍ର, ଯଦି ତାହା ଶାନ୍ତି ପାଇଁ ବିନିଯୋଗ କରାଯାଏ, ତେବେ ଶିକ୍ଷାର ମୁଖ୍ୟ ଉଦେ୍ଦଶ୍ୟ ସାଧୂତ ହୋଇପାରିବ ବୋଲି କହିଥିଲେ । ସ୍କୁଲ ଅଧ୍ୟକ୍ଷ ବସନ୍ତ ସାମଲଙ୍କ ସଭାପତିତ୍ୱରେ ସଭାର ମୁଖ୍ୟ ମୁଖ୍ୟବକ୍ତା ଫକୀରମୋହନ ସ୍ୱୟଂଶାସିତ କଲେଜ ଅବସରପ୍ରାପ୍ତ ପ୍ରଫେସର ଡ. ବଳରାମ ମିଶ୍ର ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ସମାଜ ଶିକ୍ଷା । ବ୍ୟବସ୍ଥାର ଚାରିଟି ମୁଖ୍ୟସ୍ତମ୍ଭ ଅଟେ ।
ବର୍ତ୍ତମାନର ଶିକ୍ଷା ଅତିତରୁ ଶିକ୍ଷା ଲାଭ କରି ଭବିଷ୍ୟତ ପିଢି ପାଇଁ ରାସ୍ତା ନିର୍ମାଣ କରେ । ଯଦି କିଛି ତ୍ରୁଟି ରହିଯାଏ ତେବେ ପ୍ରଥମେ ସମାଜ ଅଙ୍ଗୁଳି ନିଦେ୍ର୍ଦଶ କରେ । ସେ ଆହୁରି ମଧ୍ୟ କହିଲେ ପୁସ୍ତକୀୟ ଜ୍ଞାନ ଅପେକ୍ଷା ବାହ୍ୟ ଜ୍ଞାନର ଅବଶ୍ୟକତା । ଅଧିକ ପୁସ୍ତକୀୟ ଜ୍ଞାନ ବୃଦ୍ଧି ଦେଇଥାଏ, ମାତ୍ର ବାହ୍ୟ ଜ୍ଞାନ ସଂସ୍କାର ଦେଇଥାଏ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ବନ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା, ସ୍କୁଲ ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା, ପରିଚାଳନା ନିଦେ୍ର୍ଦଶକ ତୌରି ଚରଣ ପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କଳା ଶିକ୍ଷକ ପଦ୍ମନାଭ ସେଠୀ, ନାରୀ ସଶକ୍ତିକରଣ ପାଇଁ ଶୁଭଲକ୍ଷ୍ମୀ ନାୟକଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବଦ୍ଧନା ଦିଆଯାଇଥିବା ବେଳେ, ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ମାନସ କୁମାର ଜେନା ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବାବେଳେ, ଶିକ୍ଷୟିତ୍ରୀ ପୂର୍ବାଶା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁଦିପ୍ତ ଦାସ, ବିନୋଦ ଗୁପ୍ତା, ରମାକାନ୍ତ ତ୍ରିପାଠୀ, ମଧୁସ୍ମିତା ମହାନ୍ତି, ବର୍ଷାରାଣୀ ସାହୁ, ପ୍ରଶନ୍ନାରାଣୀ ବିଶ୍ୱାଳ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା ।