ଗାଁ ଆମ୍ବ ପସରା ଉଦଘାଟିତ


ଆମ୍ବ ପସରା ଏକ ପଦକ୍ଷେପ ଯାହାର ଉଦେ୍ଦଶ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆମ୍ବ ଚାଷୀ ମାନଙ୍କୁ କିପରି ଭାବରେ ପ୍ରୋସôାହନ ଦେଇ ସେମାନଙ୍କ ଆମ୍ବର ଉଚିତ ମୂଲ୍ୟ ପ୍ରାପ୍ତି ନିମନ୍ତେ ସୁଯୋଗ ଯୋଗାଇଦେବା ଓ ଚଳିତ ବର୍ଷ ଆମ୍ବପସରା ବରଗଡ଼ରେ ଗତ ୨୯ ତାରିଖରୁ ଆରମ୍ଭ ହୋଇ ୧୬ ଜୁନ ତାରିଖ ପର୍ଯ୍ୟନ୍ତ ଖୋଲାଯିବ ଯାହାକି ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ ।  ଏଠାରେ ବିଭିନ୍ନ କିସମର ଆମ୍ବ ଯଥା ଦଶେରି, ଲେଙ୍ଗେଡା, ଅମ୍ବରପଲ୍ଲୀ, ତୋତାପୁରୀ, ମଲ୍ଲୀକା, ବମ୍ବେ ଗ୍ରୀନ, ସୁନ୍ଦରୀ ଆଦି ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ କିସମ ଆମ୍ବର ଦାମ କିଲୋ ପ୍ରତି ୪୦ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପାରମ୍ପରିକ ରୀତିରେ ଗୋବିନ୍ଦ ଚନ୍ଦ୍ର ପଣ୍ଡା, କୃଷି ଉଦ୍ୟାନ ବିଭାଗର ମୁଖ୍ୟ ଅଧିକାରୀ, ବରଗଡ଼ ଉଦଘାଟନ କରିଥିଲେ ଏବଂ ଚାଷୀ ମାନଙ୍କୁ ଉସôାହିତ କରିବା ପାଇଁ ଭବିଷ୍ୟତରେ ବିଭିନ୍ନ ସଂସ୍ଥା ମାନଙ୍କୁ ପରିଦର୍ଶନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ପ୍ରଶାନ୍ତ କୁମାର ଦାଶ ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ ୧୦ ମେଟ୍ରିକ ଟନ ଆମ୍ବ ବିକ୍ରି କରିବା ପାଇଁ ଲକ୍ଷ ରଖାଯାଇଛି । ଭବିଷ୍ୟତରେ ଆମ୍ବର ଏକ ଉତ୍ପାଦକ କମ୍ପାନୀ ଗଠନ କରି ବେପାର କରି ଚାଷୀ କିପରି ଲାଭବାନ ହେବେ ତାହା ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓରମାସ କର୍ମକର୍ତା ରାମଚନ୍ଦ୍ର ଦାଶ, ସଂଜୀବ କୁମାର ବସନ୍ତରାୟ ଏବଂ ଶର୍ବାଣୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେଶ ଚନ୍ଦ୍ର ଦାଶ ଉପସ୍ଥିତ ରହି ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।