ଖଣି ସୁରକ୍ଷା ପକ୍ଷ ଉଦ୍ୟାପିତ
ତାଳଚେର : ଖଣି ସୁରକ୍ଷା ପକ୍ଷ ଉଦ୍ୟାପିତ ହୋଇଯାଇଛି । ମହାନଦୀ କୋଇଲା କମ୍ପାନୀ ଲିଙ୍ଗରାଜ କୋଇଲା କ୍ଷେତ୍ର ପକ୍ଷରୁ ଲିଙ୍ଗରାଜ କଲୋନୀ ଦୁର୍ଗାମଣ୍ଡପ ପଡ଼ିଆରେ ଆୟୋଜିତ ଉଦ୍ୟାପନୀ ଦିବସରେ ମୁଖ୍ୟଅତିଥି ଭାବେ ଡ଼ାଇରେକ୍ଟର ଧନବାଦ ମାଇନ୍ସ ସେପ୍ଟି ଉଜ୍ୱଳ ଟକ୍ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥିଭାବେ ଡ଼େପୁଟି ଡ଼ାଇରେକ୍ଟର ମାଇନ୍ସସେପ୍ଟି ଏସଏସ ପ୍ରସାଦ, ମହାନଦୀ କୋଇଲା କମ୍ପାନୀ ଅଧ୍ୟକ୍ଷ ଉଦୟ ଅନନ୍ତ କାଓଲ, ମୁଖ୍ୟ ସତର୍କତା ଅଧିକାରୀ ପିକେ ପଟ୍ଟନାୟକ, ବୈଷୟିକ ନିଦେ୍ର୍ଦଶକ ଟେକନିକାଲ ଅପରେଟର୍ ଜେକେ ଭୋରÿା, ବୈଷିୟକ ନିଦେ୍ର୍ଦଶକ ପ୍ରକଳ୍ପ ଏସକେ ଝା, ନିଦେ୍ର୍ଦଶକ ଅର୍ଥ ଏକେ ବେହୁରିଆ ଓ ନିଦେ୍ର୍ଦଶକ କାର୍ମିକ କେଶବ ରାଓଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନ ନେତୃବୃନ୍ଦ ସିଆଇଏସଟିଏ, ସିଏମଓଆଇଏ, କର୍ପୋରେଟ ଜେସିସି ସୁରକ୍ଷା ସଦସ୍ୟ ଓ ବିଭିନ୍ନ କ୍ଷେତ୍ରର ମହାପ୍ରବନ୍ଧକମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସୁରକ୍ଷା ପତାକା ଉତ୍ତୋଳନ, ଅତିଥି ପରିଚୟ, ଅତିଥିଙ୍କୁ ସମ୍ମାନିତ, ଲିଙ୍ଗରାଜ ଜିଏମ ପକ୍ଷରୁ କରାଯାଇଥିଲା । ପରେ କର୍ପୋରେଟ୍ ସଙ୍ଗୀତ ଗାନ କରାଯାଇ ସୁରକ୍ଷା ପାଠ ଶପଥ କରାଯାଇଥିଲା । ଏହି ଅବସରରେ ଖଣିରେ କାର୍ୟ୍ୟ କରୁଥିବା ଅବସ୍ଥାରେ ମୃତୁ୍ୟବରଣ କରୁଥିବା ଶ୍ରମିକଙ୍କ ପାଇଁ ଏକ ମିନଟ୍ ନୀରବ ପ୍ରର୍ଥନା କରାଯାଇଥିଲା । ଅତିଥିମାନେ ଖଣି ସୁରକ୍ଷା ନେଇ ବିଭିନ୍ନ ଷ୍ଟଲକୁ ବୁଲି ପରିଦର୍ଶନ କରିଥିବାବେଳେ ଖଣି ସୁରକ୍ଷା ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।