ଏକାମ୍ରରେ ଛେନା ପୋଡ଼ ଦିବସ 

 ଭୁବନେଶ୍ୱର : ଏକାମ୍ର ବରିଷ୍ଠ ନାଗରିକ ସଘଂ ତରଫରୁ ମହାଆଡମ୍ବରରେ ଛେନାପୋଡ଼ ଦିବସ ଆମ ଅଫିସ କାର୍ଯାଳୟଠାରେ ସଘଂର ଉପଦେଷ୍ଠା ରାଜେନ୍ଦ୍ର ସମର୍ଥକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ବାର ଆସୋସିଏସନର ନବନିର୍ବିଚିତ ସମ୍ପାଦକ ସତ୍ୟ ନାରାୟଣ ସେନାପତି, ବିଶିଷ୍ଠ ବ୍ୟବସାୟ ଅକ୍ଷୟ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉସôବଟିକୁ ଉଦଘାଟନ କରିଥିଲେ । ସମସ୍ତ ସଭ୍ୟମାନଙ୍କୁ ଛେନା ପୋଡ଼ ପ୍ରଦାନ କରିଥିଲେ, ସଂଘର ଉପସଭାପତି ନୀତି ରଞ୍ଜନ ଚନ୍ଦ, ଲଷ୍ମୀଧର ପରିଡା, ସମ୍ପାଦକ ଧୀରିନ ପଟ୍ଟନାୟକ, ସୁରେନ୍ଦ୍ର ନନ୍ଦ, ରମେଶଚନ୍ଦ୍ର ବେହେରା, ଅକ୍ଷୟ ଦାସ, ହେମନ୍ତ ପଣ୍ଡା, ବିଜୟୀ ମାଳିଆ, ବିମଲ ପଟ୍ଟନାୟକ, ସକଳେଶ୍ୱର ପଟ୍ଟନାୟକ, ବିରଞ୍ଚି ପତି, ସରୋଜ ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ ।