ଗାଁ ସ୍ୱଚ୍ଛ କଲେ ମହିଳା 

 ବରୀ : ବରୀ ବ୍ଲକ ବୋଦୁଅ ପଞ୍ଚାୟତ ୧୬  ନମ୍ବର ୱାର୍ଡର ଦଳିତ ସାହିରେ ଝାଡାବାନ୍ତି ଓ ଜଣ୍ଡିସ ନ ବ୍ୟାପିବା ପାଇଁ ପଞ୍ଚାୟତର ପିଓ ଭରତ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତରେ ଏସଇଏମ ସୁର ପ୍ରଧାନ ତାଙ୍କ ଟିମ ସହିତ ଗ୍ରାମର ବିଭିନ୍ନ ନଳକୂପରେ ବ୍ଲିଚିଙ୍ଗ ପକାଇଛନ୍ତି । ସେହିପରି ବିଭିନ୍ନ  ସ୍ୱୟଂସହାୟକ ଗ୍ରୁପ ମହିଳା, ଏମବିକେ, ସିଆରପି ଉପସ୍ଥିତ ରହି ଏହି ଗ୍ରାମ ରାସ୍ତାକୁ ସଫା କରି ରାସ୍ତା ପାର୍ଶ୍ୱରେ ବ୍ଲିଚିଙ୍ଗ ପକାଇଥିଲେ । ଡ଼ାଇରିଆ, ଜଣ୍ଡିସ ରୋଗ  କେମିତି ନ ହେବ, ଏହାର ନିରାକାର ଲାଗି ଘରଘର ବୁଲି ଲୋକମାନଙ୍କୁ ସଚେତନ କରିଥିଲେ ।