ଚୋରା ପଥର ବୋଝେଇ ଡମ୍ପର ଜବତ

 ନୀଳଗିରି:  ଜାମବଣୀ ଅଯୋଧ୍ୟା ରାସ୍ତା ମଝିରେ ଏକ ଚୋରା ପଥର ବୋଝେଇ ଡମ୍ପର (ଓ ଆର୍ ୧୬ଡି ପ୬୫୪୬) ଗାଡ଼ିକୁ ଅଯୋଧ୍ୟା ଫାଣ୍ଡି ଅଧିକାରୀ ଗୌରହରି ଦାସ ଜବତ କରି ନୀଳଗିରି ଥାନାକୁ ହସ୍ତାନ୍ତର କରିଛନ୍ତି । ଏଥିସହିତ ଗୋପାଳପୁର ଅଞ୍ଚଳର ଡ୍ରାଇଭର ମାନମାଳୀ ସିଂ କୁ ଅଟକ ରଖିଛନ୍ତି । ଏ ନେଇ ନୀଳଗିରି ଥାନାରେ ୪୧୮/୨୪ରେ ଏକ ମାମଲା ରୁଜୁ କରାଯାଇଛି ।