ଦୁର୍ଘଟଣାରେ ମହିଳାଙ୍କ ମୃତୁ୍ୟ
ପାଣିକୋଇଲି : ୧୬ନଂ ଜାତୀୟ ରାଜପଥର ଖରସ୍ରୋତା ନଦୀ ବ୍ରିଜ୍ ଉପରେ ଆଜି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଆଦିବାସୀ ମହିଳାଙ୍କ ମୃତୁ୍ୟ ହୋଇଛି । ମୃତ ମହିଳା ଜଣକ କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ମିର୍ଜ୍ଜାପୁରର ଲକ୍ଷ୍ମୀ ମୁଣ୍ଡା ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ପରେ ରାଜପଥ ପାଟ୍ରୋଲିଂ ଗାଡି ପହଞ୍ଚô ଲକ୍ଷ୍ମୀଙ୍କୁ ଉଦ୍ଧାର କରି ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରୁ ତାଙ୍କୁ ଯାଜପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି ।