ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରଜ ମହୋତ୍ସବ ପାଳିତ
ଦାନଗଦୀ: ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଏବଂ ଦାନଗଦୀ ଅଞ୍ଚଳରେ ରଜ ମହୋସôବ ପାଳିତ ହୋଇଯାଇଛି । ଗୋବରଘାଟି, ତ୍ରିଜଙ୍ଗା ଓ ସନସାଇଲୋ ପଞ୍ଚାୟତରେ ଏକତା, ଆନନ୍ଦ ଓ ସାଂସ୍କୃତିକ ଗୌରବର ଭାବନାକୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ବାଳିକାଙ୍କ ସମେତ ୯୦୦ରୁ ଅଧିକ ଜଣ ସାମିଲ ହୋଇଥିଲେ । ୩ଟି ପଞ୍ଚାୟତର ୪ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ‘ରଜ ମହୋତ୍ସବ’ର ମର୍ଯ୍ୟାଦାକୁ ଦର୍ଶାଯାଇଥିଲା ଏବଂ ଋତୁସ୍ରାବ ସମ୍ପର୍କିତ କୁଇଜ୍, ରୋଷେଇ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଓ ନୃତ୍ୟ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଥିଲା ନାରୀତ୍ୱକୁ ପାଳନ କରିବା ଏବଂ ସମ୍ପ୍ରଦାୟ ମଧ୍ୟରେ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିବା ସହ ଏହି ଉତ୍ସବକୁ ଅଂଶଗ୍ରହଣକାରୀମାନଙ୍କ ପାଇଁ ଉଭୟ ଆନନ୍ଦଦାୟକ ଏବଂ ଶିକ୍ଷଣୀୟ କରିବା । ଉତ୍ସବ କେବଳ ସାମୂହିକ ସଂପୃକ୍ତି ଏବଂ ସାଂସ୍କୃତିକ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିନଥିଲା ବରଂ ଏକତା ଏବଂ ପାରସ୍ପରିକ ସମ୍ମାନକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା । ଉତ୍ସବରେ ଅଂଶଗ୍ରହଣ କରିଥିବା ମହିଳା ଓ ବାଳିକାଙ୍କ ଉତ୍ସାହ ରଜ ଉତ୍ସବର ଭାବନାକୁ ସମସ୍ତେ ପ୍ରକୃତରେ ଅନୁଭବ କରିଥିବା ସୁନିଶ୍ଚିତ କରିଥିଲା ।