ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ 

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଜୁନାପାଣି ଖଲିଆଭଟାକୁ ପହଞ୍ଚôଲା ଦାଦନ ଶ୍ରମିକଙ୍କ ମୃତଦେହ । ଆଜିକୁ ୬ ମାସ ତଳେ ଖଲିଆଭଟା ଗାଁର ଯୁବକ ରବିନ୍ଦ୍ର ମାଝି ପରିବାର ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ କାଚ ବୋଝେଇ ଗାଡ଼ିରେ କାମ କରୁଥିବାବେଳେ ଗାଡ଼ି ଦୁର୍ଘଟଣାରେ ରବୀନ୍ଦ୍ର ମାଝିଙ୍କ ମୃତୁ୍ୟ ଘଟିଥିଲା । ମୃତ ଶ୍ରମିକଙ୍କ ସ୍ତ୍ରୀ ଏବଂ ଏକ ଛୁଆ ଥିବା ଜଣାପଡିଛି । ପରିବାରକୁ ବିଭିନ୍ନ ସହାୟତା ପାଇଁ ଗାଁ ଲୋକେ ନିବେଦନ କରିଛନ୍ତି । ମୃତଦେହ ଗାଁକୁ ପହଂଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।