ଗାଈକୁ ଉଦ୍ଧାର କରିବାକୁ ଯାଇ ଯୁବକ ଗୁରୁତର

 ସୁକିନ୍ଦା : ଏହି ବ୍ଲକ ଅନ୍ତର୍ଗତ କାଦୁଅବନ୍ଦି ଗ୍ରାମର ଏକ କୂଅରେ ଖସି ପଡ଼ିଥିବା ଗାଈକୁ ଉଦ୍ଧାର କରିବାକୁ ଯାଇ କୁଅରେ ପଡ଼ି ଯୁବକ ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଖବର ମତେ ବୁଧବାର କାଦୁଅବନ୍ଦି ଗ୍ରାମ ରତିକାନ୍ତ ମହାନ୍ତଙ୍କ କୁଅରେ ଏକ ଗାଈ ଖସିପଡ଼ିଥିଲା । ଗାଇକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଯୁବକ ଚେଷ୍ଟା ଜାରି ରଖିଥିବା ବେଳେ କୁଶ ମହାନ୍ତ ଭାରଶ୍ୟାମ ହରାଇ କୁଅରେ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ଗଭୀର କୁଅରେ ଫସି ରହିଥିବା ଯୁବକ ଓ ଗାଈକୁ ଉଦ୍ଧାର କରିବାରେ ବିଫଳ ହୋଇ ସୁକିନ୍ଦା ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଦମକଳ ବାହିନୀର ରଜନୀକାନ୍ତ ସାମଲ ଏକ ସ୍ୱତନ୍ତ୍ର ଟିମ ଧରି ଘଟଣାସ୍ଥଳରେ ପହଁଚି  କୁଶ ଓ ଗାଈକୁ ଉଦ୍ଧାର କରିଥିଲେ ।