"କନ୍ୟା ଅନମୋଲ ହେ' ରଥକୁ ସ୍ୱାଗତ

ଆନନ୍ଦପୁର : ରାଜ୍ୟ ସରକାର ସମାଜର ଆର୍ଥôକ ଅନଗ୍ରସର ବାପା ମା ଙ୍କ କନ୍ୟାକୁ କିପରି ସୁରକ୍ଷିତ ଏବଂ ଚାପମୁକ୍ତ ହୋଇ ବିବାହ କରିପାରିବେ ସେଥିପାଇଁ କନ୍ୟା ଅନମୋଲ ହେ ଯୋଜନା ମାଧ୍ୟମରେ ଆର୍ଥôକ ପ୍ରୋତ୍ସାହନ ଯୋଗାଇ ଦେବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହି କ୍ରମେ କନ୍ୟାଙ୍କ ସୁରକ୍ଷା, ସମ୍ମାନ ଏବଂ ସ୍ୱାଭିମାନ ପାଇଁ କାର୍ଯ୍ୟ କରୁଥିବା କନ୍ୟା ଅନମୋଲ ହେ ପକ୍ଷରୁ ଆୟୋଜିତ ରାଜ୍ୟ ପରିକ୍ରମା ରଥକୁ ଆନନ୍ଦପୁର ପ୍ରଗତିଶୀଳ ମଞ୍ଚ ପକ୍ଷରୁ ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଘସିପୁରାରେ ସ୍ୱାଗତ କରାଯାଇଥିଲା ।  ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।