ଆଶ୍ରମର ସମସ୍ୟା ସମାଧାନ ହେବ : ଭବ

 ବ୍ୟାସନଗର : ବୁଧବାର ବ୍ୟାସ ସରୋବର ମହିମା ଆଶ୍ରମରେ ଅଶୋକ ଦାସ ଫାଉଣ୍ଡେସନର ଅଧକ୍ଷ ଭବ ପ୍ରସାଦ ଦାସ ପରିଦର୍ଶନ କରି ବାବାଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଆଶ୍ରମର ସଭାପତି ଯୁବ ନେତା ପ୍ରକାଶ ପରିଡାଙ୍କ ସହ ମହିମା ବାବା ସ୍ୱାଧୀନ ଦାସ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଆଶ୍ରମର ଭଲ ମନ୍ଦ ବିଷୟରେ  ଆଲୋଚନା କରିଥିଲେ । ଭବ ପ୍ରସାଦ ଆଶ୍ରମ ସମସ୍ୟା ବିଷୟରେ ବିଷୟରେ ଅବଗତ ପରେ ସମାଧାନ ଖୁବ ଶୀଘ୍ର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିବା ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଆଶ୍ରମର ଉନ୍ନତିରେ ମୋର ସହୋଯାଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏମାନଙ୍କ ସହ କାଉନସିଲର ପାର୍ଥସାରଥି ନାୟକ, ବିଜୟ କୁମାର ଜେନା, ମନୋଜ ରାଉତ, ମନୋଜ ପରିଡା, ବିକାଶ ଆଇଚ, ପ୍ରଶାନ୍ତ ଖୁଣ୍ଟିଆ ସମେତ ଆଶ୍ରମର ସଦସ୍ୟ ମୋହନ ସାମଲ, ଗୋବିନ୍ଦ ରାଉତ, ବିନୋଦ ବିହାରୀ ସାମଲ, ପ୍ରଭାତ ବଳ, ଅମୂଲ୍ୟ ମଲ୍ଲିକ, କ୍ଷୀରୋଦ ରାଉତ ଓ ରାଜେନ୍ଦ୍ର କୁମାର ନାୟକ, ନିରଞ୍ଜନ ରାଉତ, ଚକ୍ରଧର ନାୟକ, ଟୁଲିଆ ଦେହୁରୀ, ଆଶିଷ କୁମାର ମଲିକ, ଜଗବନ୍ଧୁ ଜେନା, ମନୋଜ ରାଉତ, ଚିପକ୍ ଲାହା, ବିଜୟ ଜେନା ପ୍ରମୂଖ ଉପସ୍ଥିତ ଥିଲେ ।