ହଳଦୀପାଣି ନୀତି ସମ୍ପନ୍ନ
ପୁରୀ: ପବିତ୍ର ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ଦିନ ବ୍ୟାପି ଚନ୍ଦନଯାତ୍ରା ଶେଷ ହେବା ପରେ ଶନିବାର ଦିନ ପାରମ୍ପରିକ ହଳଦିପାଣି ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରୁ ମଦନମୋହନ, ରାମକୃଷ୍ଣ ଓ ପଞ୍ଚପାଣ୍ଡବ ବିମାନ ଏବଂ ପାଲିଙ୍କିରେ ନରେନ୍ଦ୍ର ସରୋବରକୁ ବିଜେ କରିଥିଲେ । ମଦନମୋହନ ଓ ରାମକୃଷ୍ଣ ଏକତ୍ର ହଳଦୀ ପାଣିରେ ବୁଡ଼ିଥିଲେ । ବନ୍ଦାପନା ଓ ହଳଦୀପାଣୀ ପିଚକାରୀ ପରେ ଠାକୁରମାନେ ବଡ଼ଦେଉଳକୁ ବାହୁଡ଼ା ବିଜେ କରିଥିଲେ । ମଙ୍ଗଳବାର ଠାରୁ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଅନୁଷ୍ଠିତ ହେବ । ଏହି ଅବସରରେ ଠାକୁରମାନେ ଆଲଟ ଲାଗି ଓ ଚନ୍ଦନ ଲାଗି ହେବେ । ସାବିତ୍ରୀ, ଅମାବାସ୍ୟା, ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ଶୀତଳଷଷ୍ଠର ଓ ରୁକ୍ମିଣୀ ହରଣ ଏକାଦଶରେ ପରଂପରା ଅନୁଯାୟୀ ଶ୍ରୀମନ୍ଦିର ଭିତରେ ଠାକୁରମାନେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ ।