ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର
ବୈଶିଙ୍ଗା: ବୁଧବାର ଅପରାହ୍ନରେ ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା ରାସ୍ତାର କଦଳିଆ ଛକ ନିକଟରେ ଯାତ୍ରା କଳାକାରଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଭ୍ୟାନରେ ବସିଥିବା ଜଣେ ମହିଳା ଗୁରୁତର ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ସୂଚନା ଅନୁଯାଇ ଜଳେଶ୍ୱର ଅଞ୍ଚଳର "ଚକଲେଟ ପରିବାର' ନାମକ ଯାତ୍ରାନୁଷ୍ଠାନ ଗତକାଲି ରାତିରେ ମଛପଦାରେ ଯାତ୍ରା ସାରି ରାତିରେ ବାଲେଶ୍ୱର ଜିଲ୍ଲା ହଳଦୀପଦାରେ ଯାତ୍ରା କରିବାକୁ ନିଜ କଳାକାରମାନଙ୍କୁ ନେଇ ଏକ ଭ୍ୟାନରେ ଯାଉଥିବାବେଳେ କଦଳିଆ ଛକ ନିକଟରେ ·ଳକକୁ ନିଦ ଲାଗିଯିବା କାରଣରୁ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ଭ୍ୟାନକୁ ରାସ୍ତା ଉପରକୁ ଉଠାଇବା ସହିତ ସମସ୍ତ ଆହତଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଯାତ୍ରପାର୍ଟିର ହିରୋଇନ ଜଳେଶ୍ୱର ଅଞ୍ଚଳର ରୀନାରାଣୀ ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।