ଗାଜା ନୁହେଁ ଭାରତ ଆଗ

 ଡ. ସମନ୍ୱୟ ନନ୍ଦ :

ଶବାସୀ ମାନେ ପ୍ରାୟ ଗୋଟିଏ କଥାକୁ ଅନୁଭବ କରି ଆସୁଛନ୍ତି  । ଦେଶରେ ଏକ ବର୍ଗ ରହିଛି ଯାହାଙ୍କ ମନ ହୃଦୟରେ ସଦା ସର୍ବଦା ଗାଜା ପ୍ରସଙ୍ଗ ରହି ଆସିଛି  । ଏହି ବର୍ଗର ଲୋକ ମାନଙ୍କ ହୃଦୟ ଗାଜାରେ ହେଉଥିବା ହିଂସାକୁ ନେଇ ସବୁ ବେଳେ କାନ୍ଦି ଥାଏ  । ଏହି ବର୍ଗର ଲୋକ ମାନଙ୍କ ମଧ୍ୟରେ ଅଧିକାଂଶ ଇସଲାମିଷ୍ଟ ହୋଇଥିବା ବେଳେ ବାମପନ୍ଥୀ ମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି  । ନିଜକୁ ବାମପନ୍ଥୀ ଓ ଲିବରାଲ ବୋଲି ଦାବି କରୁଥିବା ଏହି ବର୍ଗର ଲୋକ ମାନେ ଗାଜା ପ୍ରସଙ୍ଗ ନେଇ ବାରମ୍ବାର ଆନେ୍ଦାଳନ ଓ ବିକ୍ଷୋଭ ମାନ କରିବା ଦେଖା ଯାଇଥାଏ  । ସେମାନେ ପଥ ପ୍ରାନ୍ତ ନାଟକ କରିଥାନ୍ତି, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମାନଙ୍କରେ ମହମବତି ଶୋଭାଯାତ୍ରା ବାହାର କରିଥାନ୍ତି  । 
ତେବେ ଏହି ବର୍ଗର ଲୋକ ମାନଙ୍କର ଆଉ ଏକ ବିଶେଷତ୍ୱ ରହିଛି  । ତାହା ହେଉଛି ଯେ ସେମାନେ କେବଳ ଗାଜାରେ ହିଂସା ହେଲେ ହିଁ ତାଙ୍କର ହୃଦୟ କାନ୍ଦି ଥାଏ  । ଭାରତରେ କିମ୍ବା ଭାରତ ବାହାରେ ହିନ୍ଦୁ ମାନଙ୍କ ଉପରେ କୌଣସି ନରସଂହାର କିମ୍ବା ହିଂସା ହେଲେ ସେମାନଙ୍କ ହୃଦୟ ଆଦୌ ପ୍ରଭାବିତ ହୁଏ ନାହିଁ  । ହିନ୍ଦୁ ମାନଙ୍କ ପ୍ରତି ଏଭଳି ହିଂସାକୁ ସେମାନେ ମିଥ୍ୟା ବୋଲି ମଧ୍ୟ କହିଥାନ୍ତି  । ଉଦାହରଣ ସ୍ୱରୂପ ଆଉ ସେହି ବର୍ଗର ଲୋକ ମାନେ କାଶ୍ମୀରରେ ହିନ୍ଦୁ ମାନଙ୍କର ନରସଂହାର ହେଲେ କୌଣସି ପ୍ରକାର ଆନେ୍ଦାଳନ- ବିକ୍ଷୋଭ କରିବାକୁ ବାହାରିନଥାନ୍ତି  । ସେହିପରି ଏବେ ଯେତେବେଳେ ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କର ଉପରେ ଅତ୍ୟାଚାର ହେଉଛି, ମହିଳା ମାନଙ୍କ ସହ ଇସଲାମିଷ୍ଟ ମାନେ ଅତ୍ୟାଚାର କରୁଛନ୍ତି ସେତେବେଳେ ଏହି ବର୍ଗର ଲୋକ ମାନେ ଆନେ୍ଦାଳନ କରିବାକୁ ଆଦୌ ବାହାରୁ ନାହାନ୍ତି  । ବରଂ ସେମାନେ ଆକ୍ରମଣକାରୀ ଇସଲାମିଷ୍ଟ ଶକ୍ତି ମାନଙ୍କ ସହ ଠିଆ ହେବା ଭଳି ପ୍ରତୀୟମାନ ହେଉଛନ୍ତି  । ତେଣୁ ଏହି ବର୍ଗର ଲୋକ ମାନଙ୍କର ଏହା ହେଉଛି ବୈଶିଷ୍ଟ୍ୟ  ।  ତେବେ ଗାଜା ଆନେ୍ଦାଳନକାରୀ ବର୍ଗର ଲୋକ ମାନଙ୍କ ପ୍ରତି ବମ୍ବେ ହାଇକୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ବିଚାରଣୀୟ  । ବମ୍ବେ ହାଇକୋର୍ଟର ଏହି ମନ୍ତବ୍ୟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି  । କିଛି ଦିନ ତଳେ ସିପିଏମ ପକ୍ଷରୁ ମୁମ୍ବାଇର ଆଜାଦ ମୈଦାନଠାରେ ଗାଜାରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ବିରୁଦ୍ଧରେ ଏକ ଆନେ୍ଦାଳନ କାର୍ଯ୍ୟକ୍ରମ ପାଇଁ ଅନୁମତି ମଗାଯାଇଥିଲା  । ହେଲେ ମୁମ୍ବାଇ ପୋଲିସ ଆଜାଦ ମୈଦାନରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇନଥିଲେ  । ଏହି କାରଣରୁ ସିପିଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲା  । ଏହି ପ୍ରସଙ୍ଗକୁ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି କହି ସିପିଏମ କୋର୍ଟ ଯାଇଥିଲା  । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଗାଜା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଓ କÿଡା ଟିପ୍ପଣୀ କରିଛନ୍ତି  । ବମ୍ବେ ହାଇକୋର୍ଟର ବିଚାରପତି ରବୀନ୍ଦ୍ର ଘୁଗେ ଓ ଗୌତମ ଅଖଣ୍ଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ  । ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ ଆବେଦନକୁ ଖାରଜ କରିବା ସହ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ସମସ୍ତେ ପଢିବା ଉଚିତ  । ନ୍ୟାୟାଳୟର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଦେଶରେ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ରହିଛି  । କିନ୍ତୁ ଆପଣ ମାନଙ୍କର ଧ୍ୟାନ ଦେଶରେ ସେହି ଜ୍ୱଳନ୍ତ ପ୍ରସଙ୍ଗ ଉପରେ ନାହିଁ , ଯାହା ଉପରେ ଆପଣ ମାନଙ୍କୁ ତକôାଳ ଧ୍ୟାନ ଦେବାର ଆବଶ୍ୟକତା ରହିଛି  । କୋର୍ଟ ଏହି ମାମଲାରେ ଶୁଣାଣି ବେଳେ ଆଉ ଏକ ଗୁରୁତ୍ୱପୂର୍ଣ ଦିଗ ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି  । ଖଣ୍ଡପୀଠ କହିଛନ୍ତି ଯେ, ରାଜନୈତିକ ସଂଗଠନ ଗୁଡିକୁ ଏଭଳି ଆନ୍ତର୍ଜାତିକ ମାମଲା ଯାହା ଭାରତ ଭୂମିଠାରୁ ବହୁ ଦୂରରେ, ସେଥିରେ ଉଦବିଗ୍ନତା ଦେଖାଇ ହସ୍ତକ୍ଷେପ କରିବା ପରିବର୍ତ୍ତେ ଘରୋଇ ସମସ୍ୟା ଗୁଡିକର ସମାଧାନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି  । କୋର୍ଟ ଚେତାବନୀ ଦେଇ କହିଥିଲେ ଯେ, ଏହି ଭଳି ବିରୋଧ ପ୍ରଦର୍ଶନ କାରଣରୁ ଦେଶର କୂଟନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି ଓ ଦେଶର ବୈଦେଶିକ ନୀତିର ରାଜନୈତିକ ଏଜେଣ୍ଡାକୁ ପ୍ରଭାବିତ କରିବାକୁ ଏହା ଦିଆଯାଇପାରିବ ନାହିଁ  । 
କୋର୍ଟ କହିଥିଲେ, "ଆମ ଦେଶରେ ପୂର୍ବରୁ ହିଁ ଅନେକ ସମସ୍ୟା ମାନ ରହିଛି  । ଆମେ ଏଭଳି ଜିନିଷ ଚାହୁଁ ନାହିଁ  । ମୁଁ ଦୁଃଖର ସହ କହୁଛି ଯେ, ଆପଣ ମାନେ ଦୂରଦର୍ଶୀ ନୁହନ୍ତି  । ଆପଣ ମାନେ ଗାଜା, ପାଲେଷ୍ଟାଇନ ଆଦି ପ୍ରସଙ୍ଗକୁ ଦେଖୁଛନ୍ତି  । ଆପଣ ନିଜ ଦେଶକୁ ଦେଖନ୍ତୁ  । ଦେଶଭକ୍ତ ହୁଅନ୍ତୁ  । ଏହା ଦେଶଭକ୍ତି ନୁହେଁ  । ଲୋକମାନେ କୁହନ୍ତି ଯେ ସେମାନେ ଦେଶଭକ୍ତ  ।’ କୋର୍ଟ ଆହୁରି କହିଥିଲେ, " ଆପଣ ଜାଣନ୍ତି ନାହିଁ ଯେ ଏହା ଦ୍ୱାରା ଆପଣ କେତେ ବଡ ସମସ୍ୟା ତିଆରି ହୋଇ ପାରେ  । .. ଆପଣ ପାଲେଷ୍ଟାଇନର ପକ୍ଷ ନିଅନ୍ତୁ ବା ଇସ୍ରାଏଲର ପକ୍ଷ ନିଅନ୍ତୁ  । ଆପଣ ଏପରି କାହିଁକି କରିବାକୁ ଚାହୁଁଛନ୍ତି ? ଏହା ସ୍ପଷ୍ଟ ଯେ ଆପଣ ଯେଉଁ ପାର୍ଟିର ପ୍ରତିନିଧିତ୍ୱ କରୁଛନ୍ତି ସେ ବୁଝୁ ନାହିଁ ଯେ ଏହା ଦ୍ୱାରା ଦେଶର ବୈଦେଶିକ ମାମଲା ଉପରେ ଏହାର କଣ ପ୍ରଭାବ ହେବାର ସମ୍ଭାବନା ରହିଛି  । "କୋର୍ଟ ଏହା ସହିତ ଏହି ଭଳି ବିକ୍ଷୋଭ ପ୍ରଦର୍ଶନର ପ୍ରାସଙ୍ଗିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଥିଲେ " ଯେତେବେଳେ ଆମ ଦେଶରେ ସୁଧାରିବାକୁ ଅନେକ କିଛି ରହିଛି ସେତେବେଳେ ଆମେ ହଜାର ହଜାର ମାଇଲ ଦୂରରେ ଖିବା ସମସ୍ୟାକୁ ନେଇ ଆମେ କାହିଁକି ଚିନ୍ତା କରିବାକୁ ଯିବା ?’ଏହା ସହିତ କୋର୍ଟ ସିପିଏମକୁ ସାଧାରଣ ଲୋକ ମାନଙ୍କର ଜୀବନସ୍ତରରେ ସୁଧାର ପାଇଁ ସ୍ଥାନୀୟ ସମସ୍ୟା ଗୁଡିକ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଓ କହିଥିଲେ " ଆପଣ ଏକ ଭାରତୀୟ ସଂଗଠନ  । ଯଦି ଆପଣ ପ୍ରଦୂଷଣ, ସ୍ୱିରେଜ, ଜଳାର୍ଣ୍ଣବ ହେବା ଭଳି ପ୍ରସଙ୍ଗ ଉଠାଇବେ ତେବେ ଭଲ ହେବ  । ଆମେ କେବଳ ଉଦାହରଣ ଦେଉଛୁ  । ଆପଣ ଏହି ପ୍ରସଙ୍ଗ ଉପରେ ପ୍ରଦର୍ଶନ କରୁ ନାହାନ୍ତି ବରଂ ଦେଶରୁ ହଜାର ହଜାର ମାଇଲ ଦୂରରେ ଯାହା ଘଟୁଛି ତାକୁ ନେଇ ଆପଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି  ।’  
ଆଉ ଏକ ଗୁରୁତ୍ୱପୂର୍ଣ ବିଷୟ ଉପରେ ସମସ୍ତେ ଏକମତ ହେବେ ଯେ ଗାଜା ପ୍ରସଙ୍ଗକୁ ନେଇ ଯେଉଁ ମାନେ ଆନେ୍ଦାଳନ କରିଥାନ୍ତି ସେହି ସମାନ ଲୋକ ମାନେ ସିଏଏ ଆଇନ ହେଉ ବା କୃଷି ଆଇନ ହେଉ କିମ୍ବା ଆସି ନ ଥିବା ଏନଆରସି ପ୍ରସଙ୍ଗରେ ମଧ୍ୟ ଆନେ୍ଦାଳନ କରିଥାନ୍ତି  । ଗାଜାରେ ଆତଙ୍କବାଦ ବିରୋଧୀ ଯୁଦ୍ଧକୁ ବିରୋଧ କରିଏମାନେ ନିଜକୁ ମାନବିକ ଅଧିକାରର ରକ୍ଷାକର୍ତ୍ତା ବୋଲି ଦାବି କରିଥାନ୍ତି  । ଏହା ହିଁ ତାଙ୍କର ଦୋହରା ମାପଦଣ୍ଡ ଉପରୁ ପର୍ଦା ଉଠାଇଥାଏ  । କାରଣ ଯିଏ ମାନବିକ ଅଧିକାର ପାଇଁ ଲଢେଇ କରିବ ସେ ତା ନିକଟରେ ଓ ତା ଆଖି ସାମନାରେ ହେଉଥିବା ମାନବିକ ଅଧିକାରର ଉଲ୍ଲଂଘନ ଉପରେ ଆଖି ମୁଦି ଦେବ ଓ ହଜାର ହଜାର ମାଇଲ ଦୂରରେ ହେଉଥିବା ତଥାକଥିତ ମାନବିକ ଅଧିକାର ଉଲ୍ଲଂଘନକୁ ନେଇ ଚିନ୍ତିତ ହେବ, ଏପରି ହେବା ସମ୍ଭବ ନୁହେଁ  । ଯେଉଁ ମାନବିକ ଅଧିକାରକର୍ମୀକୁ ଗାଜାରେ ମାନବିକ ଅଧିକାର ଉଲ୍ଲଂଘନ କଥା ଦେଖା ଯିବ ତାକୁ ନିଶ୍ଚିତ ଭାବେ କାଶ୍ମୀର ଉପତ୍ୟକାରେ ପଣ୍ଡିତମାନଙ୍କର ନରସଂହାର ଦେଖା ଯିବ  । ସେ ନିଶ୍ଚିତ ଭାବେ ବର୍ତ୍ତମାନ ବଙ୍ଗଳାଦେଶରେ ଚାଲିଥିବା ହିନ୍ଦୁ ଦମନ ଓ ଅତ୍ୟାଚାରର ଘଟଣା ଦେଖି ପାରିବ  । କିନ୍ତୁ ଏହି ତଥାକଥିତ ବୈଶ୍ୱିକ ମାନବିକ ଅଧିକାରବାଦୀ ମାନଙ୍କୁ କାଶ୍ମୀର ଓ ବଙ୍ଗଳାଦେଶର ଦମନ ଦେଖାଯାଏନାହିଁ କାରଣ ହେଉଛି ଯେ ଏଠାରେ ହିନ୍ଦୁମାନେ ନିର୍ଯାତିତ  । ଏହି ମାନବିକ ଅଧିକାରବାଦୀମାନଙ୍କର ମାନବିକ ଅଧିକାର ସହିତ କୌଣସି ସମ୍ପର୍କ ନାହିଁ  । ସେମାନେ ଏହା କରୁଛନ୍ତି କେବଳ ରାଜନୈତିକ ତୁଷ୍ଟିକରଣ ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ  । ବାସ୍ତବରେ ଦେଖିବାକୁ ଗଲେ ବମ୍ବେ ହାଇକୋର୍ଟର ଏହି ବାର୍ତ୍ତା କେବଳ ସିପିଏମ ଦଳ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁ ମାନଙ୍କ ପାଇଁ ଦେଶ, ଦେଶର ସମସ୍ୟା ବଡ ନୁହେଁ ବରଂ ଭୋଟ ବ୍ୟାଙ୍କ ସୁରକ୍ଷିତ କରିବାକୁ ହଜାର ହଜାର ମାଇଲ ଦୂରର ପ୍ରସଙ୍ଗକୁ ପ୍ରସଙ୍ଗ କରି ଆସିଛନ୍ତି  ।
                                                         ଭୁବନେଶ୍ୱର