ଗାନ୍ଧି ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା
ଗୁଣୁପୁର : ଗାନ୍ଧି ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରର ଆତ୍ମହତ୍ୟା । ଏନ୍ ସି-୭ ହଷ୍ଟେଲ ବ୍ଲକ୍ ନଂ ୧୨ ଡିଆର୍ ନଂ ୨ ରୁମ୍ରେ ଛାତ୍ର ଜଣକ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଫ୍ୟାନ୍ରେ ଝୁଲି ରହିଛି ଛାତ୍ରର ଶବ । ମୃତ ଛାତ୍ର ଜଣକ ବାଲେଶ୍ୱର ଜିଲ୍ଲା ସୋର ଗ୍ରାମର ହିମାଂସୁ ହୋତା ବୋଲି ଜଣାପଡିଛି । ଇଞ୍ଜିନିୟରିଂ ବାୟୋଟେକନିକ ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର । ଘଟଣାସ୍ଥଳରେ ଗୁଣୁପୁର ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ପୁଲିସ୍ ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ଆତ୍ମହତ୍ୟା ନେଇ ସଂନେ୍ଦହ କରୁଛି । ସାଇଣ୍ଟିଫିକ୍ଟିମ୍ ର ସହାୟତା ଲୋଡି ଗୁଣୁପୁର ପୁଲିସ୍ ତଦନ୍ତ କରୁଛି । ମୃତ ଛାତ୍ର ଜଣକ ଜନୈାକ ଛାତ୍ରିକୁ ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ତର୍କବିତର୍କ ହୋଇଥିବା ନେଇ ଛାତ୍ରି ଜଣକ ମୃତକ ଛାତ୍ରର ସହପାଠୀକୁ କହିଥିଲେ । ସହପାଠୀ ଛାତ୍ର ମୃତ ଛାତ୍ରର ରୁମ୍କୁ ଯାଇ ଦେଖିଥିଲେ । ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ରହିଥିଲେ ଛାତ୍ର ହିମାଂସୁ ହୋତା । ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ । କର୍ତୁପକ୍ଷ ପହଞ୍ଚି ପୁଲିସ୍କୁ ସୁଚନା ଦେଇଥିଲେ ।