ଗାଡ଼କଣ ଅଳିଆଗଦା ଗେଟ୍ ବନ୍ଦ : ଅଳିଆ ଗାଡ଼ି ଅଟକାଇ ପ୍ରତିବାଦ
ଭୁବନେଶ୍ୱର : ଅଳିଆଗଦା ହଟାଅ ଓÿ ସୈନିକସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ରବିବାର ସକାଳୁ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ଡମ୍ପିଙ୍ଗ ୟାର୍ଡÿ ସମ୍ମୁଖରେ ମୁଖ୍ୟ ଗେଟ ବନ୍ଦ କରି ପ୍ରତିବାଦ କରିଥିଲେ । ଏହି ସମୟରେ ଡମପିଙ୍ଗ ପାଇଁ ଆସୁଥିବା ଅଳିଆ ଗାଡ଼ିଗୁଡିକୁ ଲୋକମାନେ ଅଟକାଇ ଥିଲେ ।
ଡମ୍ପିଂୟାର୍ଡÿ ଗେଟ ସମ୍ମୁଖରେ ଧାରଣା ବେଳେ ଅଳିଆଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ପ୍ରମୁଖ କର୍ମକର୍ତ୍ତା ଶଙ୍କର୍ଷଣ ବାରିକ ଅଚେତ ହୋଇ ପଡ଼ିଥିଲେ । ପ୍ଲାଣ୍ଟ ଭିତରକୁ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ଫଳରେ ଅନେକ ଅଳିଆ ଗାଡ଼ି ଅଟକି ରହିଥିଲା । ବିଏମସି ଦୈନିକ ୩୫୦ ମେଟ୍ରିକ ଟନ ଶୁଖିଲା ଓ ଓଦା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଆଣିବା ଫଳରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଯାହାର ପରିଣାମ ସ୍ୱରୂପ ଲୋକ ଆଜି ଅଳିଆ ଗାଡିର ଚାବି ନେଇଯିବା ସହ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଥିଲେ । ଯଦି ଦୈନିକ ୧୫୦ ଟନ ଶୁଖିଲା ଅଳିଆ ପଳାଶୁଣୀରେ ପ୍ରୋସେସିଂ ହେବ ତେବେ ଗାଡ଼କଣରୁ ଅଳିଆ କମିଯିବ । ଏହି ଜନ ପ୍ରତିବାଦରେ ବାସୁଦେବ ଭଟ୍ଟ, ନିରୁପମା ପକ୍ଷତ୍ର, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ଚିନ୍ତାମଣି ବାରିକ, ଦିଲୀପ ଦାସ ଶର୍ମା, ଶଙ୍କର୍ଷଣ ବାରିକ, ଆଶୁତୋଷ ମିଶ୍ର, ସଞ୍ଜୟ ମଳିକ, ଯୋଗୀ ମହାରଣା, ପ୍ରଦୀପ୍ତ ପରିଡା, ରଶ୍ମିତା ସାହୁ, ପରମ ମାଣିକ, ପ୍ରତାପ ସାହୁ, ମେଘନା ମିଶ୍ର, ନିମାଇଁ ଦାସ, ସୁବ୍ରତ ସାହୁ, ସଚିତ୍ର ପାତ୍ର, ଉମାଚରଣ ବାରିକ, ସତ୍ୟବ୍ରତ ମହାନ୍ତିଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ ସାଧାରଣ ଲୋକ ପ୍ରତିବାଦ କରିଥିଲେ ।