ଗୁଣ୍ଡିଚା ମନ୍ଦିର ଦଳାଚକଟା  : ପୁଲିସ୍ ଅଧିକାରୀଙ୍କ ବୟାନ ଶୁଣିଲେ ଗର୍ଗ

 ଭୁବନେଶ୍ୱର  : ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳା ଚକଟା ଓ ୩ ଜଣଙ୍କ ମୃତୁ୍ୟର ତଦନ୍ତ ଜାରି ରଖିଛନ୍ତି । ଏହି କ୍ରମରେ ଗତକାଲି ସେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଠାରୁ ଘଟଣା ସଂପର୍କରେ ବୟାନ ଗ୍ରହଣ କରିଛନ୍ତି । ଏ ସଂପର୍କରେ ରଥଯାତ୍ରା ପରିଚାଳନା ପାଇଁ ବିଭିନ୍ନ ଦାୟିତ୍ୱରେ ଥିବା ୫ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ଗତକାଲି ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ଯୋଜନା ଓ ସଂଯୋଜନ ବିଭାଗ କାର୍ଯ୍ୟାଳୟଠାରେ ଉନ୍ନୟନ କମିଶନରଙ୍କ ଶୁଣାଣି ପରିପ୍ରେକ୍ଷୀରେ ସାକ୍ଷାତ କରିଥିଲେ । ସେମାନଙ୍କ ଠାରୁ ବୟାନ ରେକର୍ଡଭୁକ୍ତ କରାଯାଇଛି । ସେହିପରି ଶ୍ରୀମତି ଗର୍ଗ ରାଜ୍ୟ ପ୍ରଶାସନର ଆଉ କେତେକ ବରିଷ୍ଠ ବେସାମରିକ (ସିଭିଲ) ଓ ପୁଲିସ ଅଧିକାରୀଙ୍କ ଠାରୁ ବୟାନ ଶୁଣିବେ ।