ଗୁରୁ ପୂଜନ ଓ ବନ୍ଧୁମିଳନ 

 ରାଜକନିକା  : ରାଜକନିକାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା କନିକା ହାଇସ୍କୁଲ ଆୟତନର ୧୯୮୯ ମାଟ୍ରିକ ବ୍ୟାଚ ସହପାଠୀଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କେବଳ ଭୋଜି ଭାତରେ ସୀମିତ ନ ରହି ସେ କାଳର ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ରଘୁନାଥ ରାଉତ, ହଳଧର ମଲ୍ଲିକ, ପତିତପାବନ ସାହୁ, ଅକ୍ଷୟ କୁମାର ଦାଶ, ଭଜ କିଶୋର ସାହୁ, ରମେଶ ଚନ୍ଦ୍ର ପରିଜା, ଉଦୟ ନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ପରଲୋକ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ବ୍ୟାଚର ସମସ୍ତ ସହପାଠୀ ଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।