କାଦୁଅ ପୋଖରୀରୁ ଚିତ୍ରା ହରିଣ ଉଦ୍ଧାର
କାକଟପୁର : ଏବେ ସାରା ବିଶ୍ୱ ରେ ପରିବେଶ ସନ୍ତୁଳନ ବିଗୁଡୁଥିବା ବେଳେ କଂକ୍ରିଟ ଜଙ୍ଗଲ ଏବଂ ବେଆଇନ ଚିଙ୍ଗୁଡ଼ି ଘେରୀ ପାଇଁ ଦିନକୁ ଦିନ ଜଙ୍ଗଲ ପରିବେଶ ବିଗିଡି ବାରେ ଲାଗିଛି ତା ଦ୍ୱାରା ପ୍ରଭାବିତ ହେଉଛନ୍ତି ଜଙ୍ଗଲୀ ଜୀବ ସେମାନଙ୍କ ପାଇଁ ଜଙ୍ଗଲରେ ପରିଲକ୍ଷିତ ହେଉଛି, ଖାଦ୍ୟ ଓ ପାନୀୟ ଜଳର ଅଭାବ । ଏ ସବୁ ଅନେଷ୍ୱଣରେ ହରିଣମାନେ ବନାଞ୍ଚଳ ଛାଡ଼ି ଗାଁ ମୁହାଁ ହୋଇ ଜନବସତି କୁ ପ୍ରବେଶ କରୁଛନ୍ତି ଏବଂ ପରେ ନିରୀହ ହରିଣ ଗୁଡ଼ିକ ଶିକାରୀ ମଣିଷ ଏବଂ କୁକୁର ବିଲୁଆଙ୍କ ଶିକାର ହୋଇ ମୃତୁ୍ୟ ମୁଖରେ ପଡ଼ୁଛନ୍ତି । ବିଭିନ୍ନ ସମୟରେ ଅସ୍ତରଙ୍ଗ ବନାଞ୍ଚଳରୁ ହରିଣ ମାନେ ଚାଲିଆସି ଜନବସତିରେ ପ୍ରବେଶ କରୁଥିବା ନଜିର ଆଗରୁ ରହିଛି ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ବିଲୁଆ ମୁଣ୍ଡୁଳି ଗ୍ରାମରେ, ଗୋଟିଏ ଚିତ୍ରା ହରିଣ ନିକଟସ୍ଥ ଜଙ୍ଗଲରୁ ଚାଲିଆସି ଅସ୍ତରଙ୍ଗ ବନାଞ୍ଚଳ ଅନ୍ତର୍ଗତ ବିଲୁଆ ମୁଣ୍ଡୁଳି ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ପଡ଼ିଯାଇ ମୃତୁ୍ୟ ସହିତ ସଂଗ୍ରାମ କରୁଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଗ୍ରାମବାସୀ ସୁବାଷ ରାଉତ, ବାଦଲ ରାଉତଙ୍କ ଆପ୍ରାଣ ଉଦ୍ୟମ ଫଳରେ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗ୍ରାମର କୋଠ ଘରେ ରଖି ସେବା ଶୁଶ୍ରୁଷା କରିବା ପରେ ବନ ବିଭାଗକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗ୍ରାମର ଗ୍ରାମବାସୀଙ୍କ ସହାୟତାରେ ହରିଣ ଟିକୁ ଉଦ୍ଧାର କରି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଯଦି ସୁସ୍ଥ ଥାଏ ତାହାଲେ ତାକୁ ନେଇ ନେଇ ଜଙ୍ଗଲ ଛଡା ଯିବ ବୋଲି ସୂଚନା ମିଳିଛି ।