ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ
କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ କେନ୍ଦ୍ରାପଡା ପୁରୁଣା ମେଡିକାଲ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଉଦ୍ଘାଟନ କରିଛନ୍ତି । ବିଧାୟକଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ କରା ଯାଇଥିବା ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଦୂର ଦୂରାନ୍ତରୁ ଆସୁଥିବା ପୁରୁଣା ଚିକିସôାଳୟ, ଭାରତୀୟ ଷ୍ଟେଟ୍ ବ୍ୟଙ୍କ ଓ ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀ ଥଣ୍ଡା ପାନୀୟ ଜଳ ଦ୍ୱାରା ଉପକୃତ ହେବେ । ଏହି ଉଦ୍ଘାଟନ ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୈାର ଅଧ୍ୟକ୍ଷା ସରିତା ସାହୁ, ପୌର ନିର୍ବାହୀ ଅଧିକାରୀ, ସମାଜସେବୀ ରଞ୍ଜିତ ସାହୁ, ହିବଜିବୁର ରହେମାନ, ଚୈାଧୁରୀ ସୁକୁମାର ଦାସ, ପୁଷ୍ପାଞ୍ଜଳି ବସ୍ତିଆ, ସୈାମେନ୍ଦ୍ର ପୃଷ୍ଟି, ହିରଣ୍ୟ ପଣ୍ଡା, ସେକ ଚାନ୍ଦ, ପ୍ରଦିପ୍ତ କୁମାର ଜେନାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
