ଇସି ମେମ୍ବରଙ୍କୁ ମାଡ଼ମରା ଅଭିଯୋଗ
ରାଜକନିକା : ଗତକାଲି ବିଳମ୍ବ ରାତିରେ ରିଷ୍ଟ୍ରକ୍ଚରିଙ୍ଗ କରାଇବାକୁ ଯାଇ ଇସି ମେମ୍ବର ରାଜି ନ ହେବାରୁ ଏମ ବି କେ ମାଡ଼ ମାରିଥିବା ରାଜକନିକା ଥାନାରେ ଅଭିଯୋଗ ଏମିତି ଘଟଣା ଘଟିଛି ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ବଡ଼ପଙ୍କ ଗାଁ ରେ ଗତକାଲି ରାତିରେ ରାଉଳିଆ ମଞ୍ଚକୁ ଜୟନଗର ପଞ୍ଚାୟତ ଏମ ବି କେ ସର୍ଣ୍ଣଲତା ମଲିକ ରିଷ୍ଟ୍ରକ୍ଚରିଙ୍ଗ କରାଇବାକୁ ଯାଇ ଥିବା ବେଳେ ଇସି ମେମ୍ବର ସୁବାସିନୀ ବିଶ୍ୱାଳ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିବା ବେଳେ ଏମ ବି କେ ସ୍ୱର୍ଣ୍ଣଲତା ତାଙ୍କୁ ପେଲିଦେବା ଫଳରେ ସୁବାସିନୀ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ଇସି ସୁବାସିନୀ ଅଚେତ ହୋଇଯାଇ ଥିଲେ ପରେ ପରିବାର ଲୋକେ ସୁବାସିନୀଙ୍କୁ ରାଜକନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିସôା କରିବା ପରେ ଇସି ସୁବାସିନୀ ନ୍ୟାୟ ପାଇଁ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତେବେ ଅଭିଯୋଗକୁ ଆଧାର କରି ରାଜକନିକା ପୁଲିସ ତଦନ୍ତ କରୁଥିବା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲିକ ସୂଚନା ଦେଇଛନ୍ତି ।